ଦେଶ- ବିଦେଶ

ନିଆରା ପରମ୍ପରା: ଚା’ର ସ୍ୱାଦ ଥିଲେ ପକ୍କା ହୁଏ ବିବାହ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଜନ୍ମ,ମୃତ୍ୟୁ ଓ ବିବାହ ଉତ୍ସବ ପାଳନ କରିବାର ଭିନ୍ନ ଭିନ୍ନ ପ୍ରଥା ଅନୁଶ୍ରୁତ ହୋଇଆସୁଛି । ସେ ଭିତରୁ ଅନେକ ଅଜବ ପ୍ରଥାକୁ ଲୋକମାନେ ପରମ୍ପରା ଭାବି ପାଳନ କରି ଆସୁଛନ୍ତି । ଏମିତି ଏକ ପ୍ରଥା ହେଲା ‘ଶିରନ୍ ଚା’ । ଅର୍ଥାତ୍ ପୁଅଘର ଲୋକେ ଯେବେ ସମ୍ପର୍କ ଯୋଡ଼ିବା ପାଇଁ ଝିଅ ଘରକୁ ବିବାହ ପ୍ରସ୍ତାବ ନେଇଆସନ୍ତି ସେତେବେଳେ ତାଙ୍କୁ ଏହି ଚା’ ପରସା ଯାଇଥାଏ । ଯଦି ଝିଅର ହାତ ପରସା ଚା’ ର ସ୍ୱାଦ୍ୟ ଭଲ ଲାଗେ ତାହାହେଲେ ବିବାହ ପକ୍କା ହୋଇଥାଏ ।

ସାଧାରଣତଃ ଭାରତୀୟଙ୍କ ଦିନଟି ଚା’କପ୍ ସହ ଆରମ୍ଭ ହୁଏ। ଭାରତରେ, ଚା ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀରେ ସାମିଲ। ଏହା ବିନା ଦିନଟିକୁ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭାରତରେ, ଯଦି ଆପଣ କୌଣସି ପରିବାରକୁ ଯାଆନ୍ତି, ସାଧାରଣତଃ ସମସ୍ତେ ଚା ଆତିଥ୍ୟ ଭାବେ ଚର୍ଚ୍ଚା କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଭାରତ ପରି, ଅନ୍ୟ ଏକ ଦେଶରେ ମଧ୍ୟ ଚା’କୁ ନେଇ ଏକ ଭିନ୍ନ ପ୍ରକାରର କ୍ରେଜ ଅଛି। କେବଳ ଏତିକି ନୁହେଁ, ଏପରି ଏକ ଦେଶ ଅଛି ଯେଉଁଠାରେ ଚା’ର ସ୍ୱାଦ୍ୟ ଦେଖି ବିବାହ ସ୍ଥିର କରାଯାଏ।

ପ୍ରକୃତରେ, ଆଜରବାଇଜାନରେ, ଚା’ର ସ୍ୱାଦ ର୍ନିଣ୍ଣୟ କରେ ଯେ ଜଣେ ପୁରୁଷ ତାଙ୍କ ପସନ୍ଦର ମହିଳାଙ୍କୁ ବିବାହ କରିବେ କି ନାହିଁ। ଯେତେବେଳେ ଜଣେ ପୁଅର ବାପାମାଆ ୁ ଝିଅର ହାତ ମାଗିବାକୁ ଯାଆନ୍ତି, ଝିଅର ବାପାମାଆ ତାଙ୍କୁ ‘ଶିରିନ ଚା’ ନାମକ ମିଠା ଚା ଦେଇ ଆଶୀର୍ବାଦ କରନ୍ତି। ଏହାର ଅର୍ଥ ହେଉଛି ବିବାହ ପ୍ରସ୍ତୁତି ଆରମ୍ଭ କରାଯିବ। ଯଦି ସେ ତାହା କରନ୍ତି ନାହିଁ, ତେବେ ବିବାହ ଆଲୋଚନା ଆଗକୁ ବଢ଼ିବ ନାହିଁ। ଏହି ପରମ୍ପରାକୁ ଲୋକେ ଲମ୍ବା ସମୟ ଧରି ପିିଢି ପରେ ପିଢି ମାନି ଆସୁଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button