ଏକା ଖାଇଗଲେ ୮ କିଲୋ ବିରିୟାନି, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଏକା ଖାଇଗଲେ ୮ କିଲୋ ବିରିୟାନି। ଏହା ପଢ଼ିବା ପରେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ହେଲେ ଏହା ସମ୍ପୂର୍ଣ୍ଣ ସତ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏକ ହୋଟେଲରେ ଜଣେ ଯୁବକ ଏକାକୀ ୮ କିଲୋ ବିରିୟାନି ବସି ଖାଉଥିବାର ନଜର ଆସିଛନ୍ତି।
ଏହି ଭିଡ଼ିଓଟିକୁ ଉକ୍ତ ଯୁବକ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତିି। ସାଧାରଣତଃ ବିରିୟାନି ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଏକ ହୋଟେଲରେ ବସି ବିରିୟାନି ଅର୍ଡର ଦେଉଛନ୍ତି। ପରେ ୱେଟର ଏକ କଦଳୀ ପତ୍ରରେ ଆଠ କିଲୋ ବିରିୟାନୀ ପରସି ଦେଉଛନ୍ତି। ଯାହାକୁ ଧୀରେ ଧୀରେ ସେ ଖାଇବା ଆରମ୍ଭ କରୁଛନ୍ତି। ପରେ ସବୁ ବିରିୟାନୀଙ୍କୁ ଶେଷ କରି ଦେଉଛନ୍ତି । ହେଲେ ଭିଡ଼ିଓଟି କେଉଁ ଯାଗାର ତାହା ଜଣା ପଡ଼ିନାହିଁ।
ଏହି ଭିଡ଼ିଓକୁ ଏବେସୁଦ୍ଧା ୨୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହାକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଏହା ପୂର୍ବରୁ କେତେ ଦିନ ହେବ ତୁମେ ଭୋକିଲା ଥିଲ। ସେହିପରି ଅନ୍ୟଜଣେ ଲୋକ ମତ ଦେଇଛନ୍ତି, ଯାହା ଦେଖାଯାଉଛି ଏହା ଆଠ କିଲୋ ନୁହେଁ । ବରଂ ଦୁଇରୁ ତିନି କିଲୋ ଭଳି ଦେଖାଯାଉଛି।