ବିରାଟ କୋହଲି ମୋର ପ୍ରିୟ ଖେଳାଳି

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ନେଇ ୩ ସେନାର ପ୍ରେସମିଟ୍ ବେଳେ ବିରାଟ୍ କୋହଲିଙ୍କ କଥା କହିଲେ ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ସେନାର ପ୍ରେସମିଟ୍ ବେଳେ କୋହଲିଙ୍କ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା କଥା ଉଠାଇ ସେ ମଧ୍ୟ କୋଟି କୋଟି ଭାରତୀୟଙ୍କ ପରି କୋହଲିଙ୍କ ପ୍ରଶଂସକ । ତାଙ୍କର ପ୍ରିୟ କ୍ରିକେଟର ହେଉଛନ୍ତି କୋହଲି ବୋଲି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ।
କୋହଲିଙ୍କ କଥା କହି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଇଂଲଣ୍ଡ-ଅଷ୍ଟ୍ରେଲିଆ କ୍ରିକେଟ୍ ଲଢେଇ କଥା ମନେପକାଇଛନ୍ତି । ୭୦ ଦଶକର ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ୍ ଟକ୍କର କଥା ଉଦାହରଣ ଦେଇଥିଲେ । ଅଷ୍ଟ୍ରେଲିଆର ଦୁଇ କିମ୍ବଦନ୍ତୀ ଦ୍ରୁତ ବୋଲର – ଜେଫ୍ ଥମସନ୍ ଏବଂ ଡେନିସ୍ ଲିଲି – ଇଂଲଣ୍ଡର ବ୍ୟାଟିଂ ଲାଇନକୁ ଧ୍ବଂସ କରିଥିଲେ । ଯଦି ଥମସନଙ୍କ ପାଖରୁ ଇଂଲଣ୍ଡ ବ୍ୟାଟର ଖସିଗଲେ ତେବେ ଲଲିଙ୍କ ପାଖରେ ଶିକାର ନିଶ୍ଚିତ । ମ୍ୟାଚରେ ଏହି ୨ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂକୁ ସାମ୍ନା କରିପାରିନଥିଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ । ଏହି ଉଦାହରଣ ଦେଇ ଭାରତୀୟ ସେନା କେମିତି ଆକ୍ରମଣ କରିଛି ତାକୁ ବଖାଣିଥିଲେ ରାଜୀବ ଘାଇ ।