ଦେଶ- ବିଦେଶ

ଅସୁସ୍ଥ ସ୍ତ୍ରୀଙ୍କ ପାଇଁ ଭିଆରଏସ୍ ନେଲେ ସ୍ୱାମୀ, ବିଦାୟ ସମ୍ବର୍ଦ୍ଧନାରେ ହିଁ ଟଳିପଡିଲେ ସ୍ତ୍ରୀ

ନୂଆଦିଲ୍ଲୀ: ଅସୁସ୍ଥ ସ୍ତ୍ରୀଙ୍କ ସେବା କରିବା ପାଇଁ ସ୍ୱାମୀ ନେଲେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର । ବଳକା ସମୟ ଏକାଠି କାଟିବେ ବୋଲି ଉଭୟ ସ୍ୱାମୀ ଓ ସ୍ତ୍ରୀ ବେଶ୍ ଖୁସି ଥିଲେ । ସ୍ତ୍ରୀ ଭାବିଥିଲେ ସ୍ୱାମୀ ଏବେ ଘରେ ରହିବେ, ତାଙ୍କର ଯତ୍ନ ନେବେ । ଆଉ ସେ ଧିରେଧିରେ ସୁସ୍ଥ ହୋଇଯିବେ । ଅବସର ମିଳିବା ଖୁସିରେ ପାର୍ଟି ବି ହୋଇଥିଲା । ହେଲେ କିଏ ଜାଣିଥିଲା ଏହି ଖୁସି ବେଶୀ ଦିନ ରହିବ ନାହିଁ । ସ୍ୱାମୀଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଟଳିପଡ଼ିଲେ ସ୍ତ୍ରୀ । ଏପରି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ରାଜସ୍ଥାନର କୋଟାରେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଦେବେନ୍ଦ୍ର ସାନଦାଲ ନାମକ ଜଣେ ବ୍ୟକ୍ତି ସେଣ୍ଟ୍ରାଲ୍ ୱେୟାରହାଉସ୍‌ର ମ୍ୟାନେଜର ଥିଲେ । ତାଙ୍କ ପତ୍ନୀ ଟିନା ହୃଦରୋଗରେ ପୀଡିତ ଥିଲେ । ସ୍ତ୍ରୀର ଦେଖାଶୁଣା କରିବା ପାଇଁ ଦେବେନ୍ଦ୍ର ଚାକିରି ଶେଷ ହେବାର ୩ ବର୍ଷ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ଭାବେ ଭିଆରଏସ ନେଲେ। ଗତ ୨୪ ତାରିଖ ଅଫିସ୍‌ରେ ତାଙ୍କର ଶେଷ ଦିନ ଥିଲା । ଦେବେନ୍ଦ୍ରଙ୍କୁ ବିଦାୟ ଦେବା ପାଇଁ କେନ୍ଦ୍ରୀୟ ୱେୟାର ହାଉସିଂ କର୍ପୋରେସନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଦେବେନ୍ଦ୍ରଙ୍କ ପତ୍ନୀ ଟିନା ମଧ୍ୟ ଯୋଗ ଦେଇଥିଲେ।

ସବୁବେଳେ ଅସୁସ୍ଥ ରହୁଥିବା ଟିନା ଖୁବ ଖୁସି ବି ଥିଲେ । ଅଫିସର ଅନ୍ୟ କର୍ମଚାରୀମାନେ ଦେବେନ୍ଦ୍ରଙ୍କ ବେକରେ ଫୁଳ ମାଳ ପିନ୍ଧାଇ ବିଦାୟ ଦେଉଥିଲେ । ଏହି ସମୟରେ ହଠାତ ଟିନା ମୁଣ୍ଡ ବୁଲାଇ ଦେଉଛି ବୋଲି କହି ଚେୟାରରେ ଆଉଜି ବସି ଯାଇଥିଲେ। ସ୍ୱାମୀ ତାଙ୍କ ପିଠି ଆଉଁସି ଦେବା ସହ ପାଣି ଟିକେ ଦିଅ ବୋଲି କହିଥିଲେ। ସଙ୍ଗେ ସଙ୍ଗେ ଟିନାଙ୍କୁ ପାଖ ହସପିଟାଲକୁ ନେଲେ । ହେଲେ ସେଠାରେ ଡ଼ାକ୍ତର ମୃତ ଘୋଷଣା କଲେ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button