ଖେଳ ଖବର

ଧୋନିଙ୍କୁ ବିସିସିଆଇ କେତେ ଟଙ୍କା ଦିଏ ପେନସନ ?

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ମାସିକ କେତେ ଟଙ୍କା ରୋଜଗାର କରନ୍ତି । ତାଙ୍କୁ ବିସିସିଆଇ କେତେ ଟଙ୍କା ଦିଏ ପେନସନ। ଏମିତି ଅନେକ ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନକୁ ଆସିଥାଏ । ତେବେ ଆସନ୍ତୁ ଜାଣିବା ଧୋନି କେଉଁଥିରୁ କେତେ ଟଙ୍କା ରୋଜଗାର କରନ୍ତି।

ସାଧାରଣତଃ ବିସିସିଆଇ ପୂର୍ବତନ ଖେଳାଳିମାନଙ୍କୁ ପ୍ରତି ମାସରେ ପେନସନ ପ୍ରଦାନ କରିଥାଏ। ସେହି ଆଧାରରେ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ପ୍ରତି ମାସରେ ବିସିସିଆଇ ପକ୍ଷରୁ ପେନସନ ପ୍ରଦାନ କରାଯାଇଥାଏ । ତାଙ୍କୁ ବିସିସିଆଇ ମାସିକ ୭୦ ହଜାର ଟଙ୍କା ପେନସନ ଦେଇଥାଏ। ଏହି ରାଶି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆଧାରକୁ ନେଇ ଧାର୍ଯ୍ୟ କରାଯାଇଥାଏ। ଧୋନି ଚେନ୍ନାଇ ସୁପର କିଙ୍ଗସରେ ସବୁଠୁ ଧନୀ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ୨୦୨୪ରେ ତାଙ୍କ ଦରମା ୧୨ କୋଟି ଥିଲା। ସେ ଏପର୍ଯ୍ୟନ୍ତ ୧୮୦ କୋଟିରୁ ଅଧିକ ଆଇପିଏଲରେ ରୋଜଗାର କରିସାରିଲେଣି।

ଧୋନି ଗଲଗୋଟିୟାସ ୟୁନିଭର୍ସିଟି, ମାଷ୍ଟରକାର୍ଡ, ରେଡବସ, ଓରିଏଣ୍ଟ ଫ୍ୟାନ, ଡ୍ରିମ ୧୧ ଭଳି ବ୍ରାଣ୍ଡସର ଚେହେରା ଅଟନ୍ତି। ସେ ପ୍ରତିବର୍ଷ ବ୍ରାଣ୍ଡ ପ୍ରମୋଶନରୁ ୫୦ -୭୦ କୋଟି ଟଙ୍କା ରୋଜଗାର କରିଥାଆନ୍ତି। ଧୋନୀଙ୍କ ସମୁଦାୟ ସଂପତ୍ତି ୧୨୦୦ କୋଟିରୁ ଅଧିକ। କ୍ରିକେଟ, ବ୍ରାଣ୍ଡ ଏଣ୍ଡ୍ରୋର୍ସମେଣ୍ଟ, ବିଜନେସ ଏବଂ ଆଇପିଏଲରୁ ତାଙ୍କର ମାସିକ ରୋଜଗାର ୧୫୦ କୋଟି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button