ଦେଶ- ବିଦେଶ

ସୁନୀତାଙ୍କୁ କେତେ ଦରମା ଦିଏ ନାସା

ନୂଆଦିଲ୍ଲୀ: : ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ୯ ମାସ ହେଲା ମହାକାଶରେ ଫସି ରହିଛନ୍ତି । ଆସନ୍ତା ୧୬ ତାରିଖରେ ଉଭୟ ପୃଥିବୀକୁ ଫେରିବା ନେଇ ବହୁତ ଆଶା କରାଯାଉଥିଲା । ସୁନିତାଙ୍କ ଫେରିବା ସୁନିଶ୍ଚିତ କରିବା ପାଇଁ ଆମେରିକୀୟ ମହାକାଶ ସଂସ୍ଥା ନାସା କ୍ରୁ-୧୦ ନାମକ ଏକ ମହାକାଶଯାନ ଉତକ୍ଷେପଣ କରିବା ପାଇଁ ସ୍ଥିର କରାଯାଇଥିଲା । ହେଲେ ସେମାନଙ୍କର ଫେରିବା ଆହୁରି ବିଳମ୍ବ ହେବ । ଦୁହିଁଙ୍କୁ ଫେରାଇ ଆଣିବାକୁ ଲଞ୍ଚ ହେବାକୁ ଥିବା ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ୍ ହୋଇଯାଇଛି । ଯାନ୍ତ୍ରିକ ସମସ୍ୟା ଯୋଗୁ ପୁନର୍ବାର ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ ରଖାଯାଇଛି। ତାଙ୍କ ଫେରିବା ଉପରେ ସାରା ବିଶ୍ୱର ନଜର ରହିଛି। ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ ସୁନୀତା ୱିଲିୟମ୍ସଙ୍କୁ କେତେ ଦରମା ମିଳୁଥିବ ଏବଂ ତାଙ୍କୁ କେଉଁ ବିଶେଷ ସୁବିଧା ମିଳେ। ଆସନ୍ତୁ ଜାଣିବା ଏ ବିଷୟରେ..

୧୯୬୫ ମସିହା ୧୯ ସେପ୍େଟମ୍ବରରେ ଆମେରିକାର ଓହାୟୋରେ ଜନ୍ମ ଗ୍ରହଣ କରିଥିଲେ ସୁନୀତା ୱିଲିୟମ୍ସ । ମାସାଚୁସେଟ୍ସରୁ ହାଇସ୍କୁଲ ଶିକ୍ଷା ସମାପ୍ତ କରିବା ପରେ, ସେ ୧୯୮୭ରେ ଆମେରିକା ନୌସେନା ଏକାଡେମୀରୁ ଭୌତିକ ବିଜ୍ଞାନରେ ବିଏସ (ସ୍ନାତକ ଡିଗ୍ରୀ) ପାସ୍ କରିଥିଲେ। ଏହା ପରେ, ୧୯୯୫ରେ, ସେ ଫ୍ଲୋରିଡା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ମ୍ୟାନେଜମେଣ୍ଟରେ ଏମ.ଏସର ଡିଗ୍ରୀ ସମାପ୍ତ କରିଥିଲେ। ସେ ଆମେରିକା ନୌସେନାରେ ସେବା କରିବା ପରେ ଜଣେ ମହାକାଶଚାରୀ ଭାବରେ ନାସାରେ ଯୋଗ ଦେଇଥିଲେ। ସୁନୀତାଙ୍କ ପିତା ଡାକ୍ତର ଦୀପକ ଏନ ପାଣ୍ଡ୍ୟା ଜଣେ ଜଣାଶୁଣା ନ୍ୟୁରୋଲୋଜିଷ୍ଟ (ଏମଡି)। ସେ ଗୁଜରାଟର ଅହମଦାବାଦର ବାସିନ୍ଦା ହୋଇଥିବାବେଳେ ତାଙ୍କ ମାଆ ବୋନି ଜାଲୋକାର ସ୍ଲୋଭେନିଆର ବାସିନ୍ଦା।

ସାଧାରଣତଃ ଆମେରିକୀୟ ମହାକାଶ ସଂସ୍ଥା (ନାସା)ରେ ମହାକାଶଚାରୀଙ୍କ ଦରମା ସେମାନଙ୍କ ଅଭିଜ୍ଞତା ଏବଂ ପଦବୀ ଅନୁସାରେ ମିଳିଥାଏ । ନାସା ଅଧୀନରେ କାମ କରୁଥିବା ମହାକାଶଚାରୀମାନେ ସାଧାରଣତଃ GS ୧୨ ରୁ GS ୧୫ଗ୍ରେଡ ଅନୁସାରେ ଦରମା ପାଆନ୍ତି। GS ୧୨ ଗ୍ରେଡର ମହାକାଶଚାରୀଙ୍କ ମୂଳ ଦରମା ପ୍ରାୟ $୬୬,୧୬୭ (ବାର୍ଷିକ ପ୍ରାୟ ୫୫ ଲକ୍ଷ ଟଙ୍କା)। ଅଭିଜ୍ଞ ମହାକାଶଚାରୀମାନେ ଏଝ ୧୩ କିମ୍ବା GS ୧୪ ଅଧୀନରେ ଆସିଥାନ୍ତି। ଯାହାଙ୍କ ଦରମା ପ୍ରାୟ $୯୦,୦୦୦ରୁ $୧୪୦,୦୦୦(ବାର୍ଷିକ ପ୍ରାୟ ୭୫ଲକ୍ଷ ଟଙ୍କାରୁ ୧.୧ କୋଟି ଟଙ୍କା) ପର୍ଯ୍ୟନ୍ତ ହୋଇପାରେ।

ସୁନୀତାଙ୍କ ଅଭିଜ୍ଞତା ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିଚାରକୁ ନେଇ, ଅନୁମାନ କରାଯାଇପାରେ ଯେ ତାଙ୍କର ଦରମା ଏଝ ୧୪ କିମ୍ବା GS ୧୫ ଗ୍ରେଡ ଅନୁସାରେ ହେବ। ଯାହା ପ୍ରତିବର୍ଷ ପ୍ରାୟ $୧୩୦,୦୦୦ ରୁ $୧୬୦,୦୦୦ (ପ୍ରାୟ ୧.୦୮ କୋଟି ରୁ ୧.୩ କୋଟି ଟଙ୍କା) ହୋଇପାରେ।
ଦରମା ବ୍ୟତୀତ, ନାସାର ମହାକାଶଚାରୀମାନେ ଅନେକ ସୁବିଧା ସୁଯୋଗ ମିଳିଥାଏ । ଯେମିତି କି ବୀମା ଏବଂ ସ୍ୱାସ୍ଥ୍ୟ ଲାଭ ମିଳିଥାଏ । ଅବସର ଯୋଜନା ସହ ମିଶନ ସମୟରେ ଅତିରିକ୍ତ ସୁବିଧା ମିଳିଥାଏ । ସେହିପରି ତାଲିମ ଏବଂ ସ୍ୱତନ୍ତ୍ର ଦକ୍ଷତା ବିକାଶ ପାଇଁ ସୁବିଧା ମିଳିଥାଏ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button