ଦେଶ- ବିଦେଶ
ହସ୍ପିଟାଲକୁ ଧକ୍କା ଦେଲା ହେଲିକପ୍ଟର, ପାଇଲଟଙ୍କ ସମେତ ୪ ମୃତ
ତୁର୍କୀର ସାଉଥ୍ୱେଷ୍ଟରେ ଥିବା ଏକ ହସ୍ପିଟାଲକୁ ଧକ୍କା ଦେଇଛି ହେଲିକପ୍ଟର । ଫଳରେ ପାଇଲଟ୍ଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ଭିତରେ ୨ ଜଣ ପାଇଲଟ, ଜଣେ ଡାକ୍ତର ଏବଂ ଜଣେ ହେଲିକପ୍ଟର କର୍ମଚାରୀ । କୁହୁଡ଼ି କାରଣରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଟେକ୍-ଅଫ୍ ସମୟରେ ହସ୍ପିଟାଲର ବିଲ୍ଡିଂରେ ଫସିଯିବା କାରଣରୁ ଦୁର୍ଘଟଣା ଘଟିଥିବା ପ୍ରୋଭିନ୍ସିଆଲ ଗଭର୍ନର ଇଦ୍ରିସ୍ ଅକବିୟିକ କହିଛନ୍ତି । ଶେଷରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ହସ୍ପିଟାଲ ପରିସରରେ ଥିବା ପଡ଼ିଆରେ କ୍ରାସ ହୋଇଥିଲା ।
କିଛିଦିନ ପୂର୍ବେ ତୁର୍କୀର ୬ ସେନା ଅଧିକାରୀ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଆର୍ମି ଟ୍ରେନିଂ ଏକ୍ସରସାଇଜ୍ୱେଳେ ଦୁଇଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ହେଲିକପ୍ଟରେ ଥିବା ଯବାନଙ୍କ ମୃତ୍ୟୁ ଘଟିଥିଲା । ସେନା ପ୍ରଶିକ୍ଷଣ ସମୟରେ ଘଟିଥିବା ଦୁର୍ଘଟଣାକୁ ନେଇ ତୁର୍କୀର ପ୍ରତିରକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।