ଆନ୍ଦୋଳନରୁ ଓହରିିଲେ ହବିଷ୍ୟାଳି: ରହିବା ପାଇଁ ହେଲା ବ୍ୟବସ୍ଥା
ପୁରୀ: ଆନ୍ଦୋଳନରୁ ଓହରିଲେ ହବିଷ୍ୟାଳି । ଜିଲ୍ଲା ପ୍ରଶାସନ ବୁଝାଶୁଝା କରିବା ପରେ ଆନ୍ଦୋଳନରୁ ଓହରିଛନ୍ତି ହବିଷ୍ୟାଳିମାନେ । ପରେ ସମସ୍ତ ହବିଷ୍ୟାଳି ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ବୃନ୍ଦାବତୀ ନିବାସ ତଳ ବେସମେଣ୍ଟକୁ ସ୍ଥାନାନ୍ତରିତ କରାଯାଇଛି ।
ପୁଣ୍ୟ ମାସ କାର୍ତ୍ତର୍ିକରେ ପୁଣ୍ୟ ଅର୍ଜନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଲଗାଇଛନ୍ତି ଶ୍ରଦ୍ଧାଳୁ। ଏଥିସହିତ ହବିଷିଆଳିମାନେ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ହେଲେ ବହୁ ହବିଷ୍ୟାଳିଙ୍କୁ ରହିବା ପାଇଁ ଜାଗା ମିଳି ନ ଥିଲା । ପରେ କିଛି ଅଣପଞ୍ଜିକୃତ ହବିଷ୍ୟାଳିମାନେ ରହଣି ଦାବି କରିଥିଲେ । ଏଥିରେ ପ୍ରଶାସନ ରାଜି ନ ହେବାରୁ ଗତକାଲିଠାରୁ ପୁରୀ ବୃନ୍ଦାବତୀ ନିବାସ ଆଗରେ ଶହ ଶହ ଅଣପଞ୍ଜିକୃତ ହବିଷ୍ୟାଳିମାନେ ଆନ୍ଦୋଳନ ଚଳାଇଥିଲେ । ଖବରପାଇ ପୁରୀ ଜିଲ୍ଲାପାଳ ଓ ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ ଘଟଣାସ୍ଥଳରେ ପହଞ୍ଚି ହବିଷ୍ୟାଳିଙ୍କୁ ଭେଟି ବୁଝାଶୁଝା କରିଥିଲେ । ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯଦି ସ୍ଥାନାଭାବ ହୁଏ ତେବେ ଅନ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ତେବେ ସେମାନଙ୍କୁ ପ୍ରାଥମିକ ସ୍ତରରେ ଅସ୍ଥାୟୀ ଭାବେ ବୃନ୍ଦାବତୀ ନିବାସର ବେସମେଣ୍ଟରେ ସମସ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।