ଦେଶ- ବିଦେଶ

ଗୁପଚୁପ ବିକାଳିଙ୍କୁ ଆସିଲା ଜିଏସଟି ନୋଟିସ୍

ନୂଆଦିଲ୍ଲୀ : ଗୁପଚୁପ ବିକାଳିଙ୍କୁ ଆସିଲା ଜିଏସଟି ନୋଟିସ୍ । ତାମିଲନାଡୁର ଜଣେ ଗୁପଚୁପ ବିକାଳିଙ୍କୁ ଜାରି ହୋଇଛି ଏହି ନୋଟିସ୍ । ଧାରା ୭୦ ଅନୁସାରେ ତାଙ୍କୁ ଏହି ନୋଟିସ୍ ଜାରି ହୋଇଛି। ଗତବର୍ଷ ସଂପୃକ୍ତ ଗୁପଚୁପ ବିକାଳି ୪୦ ଲକ୍ଷ ଟଙ୍କା ରୋଜଗାର କରିଥିବା କାରଣରୁ ତାଙ୍କୁ ଏହି ନୋଟିସ୍ ଜାରି ହୋଇଛି । ୧୭ ଡିସେମ୍ବରରେ ବ୍ୟକ୍ତିଙ୍କୁ ଏହି ନୋଟିସ୍ ମିଳିଥିଲା।

ଜିଏସଟି ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ବାର୍ଷିକ ରୋଜଗାର ୪୦ ଲକ୍ଷ କିମ୍ବା ତାଠରୁ ଅଧିକ ହେଲା, ତେବେ ସେ ଆୟକର ପାଇଁ ନିଜକୁ ପଞ୍ଜୀକରଣ କରାଇବେ । ଯଦି ନକରାଇବେ, ତେବେ ଏହାକୁ ଅପରାଧ ଭାବେ ଧରାଯିବ । ନୋଟିସରେ ଆହୁରି କୁହାଯାଇଛି ଯେ, ସଂପୃକ୍ତ ଗୁପଚୁପ ବିକାଳି, ଚେନ୍ନାଇସ୍ଥିତ ଆୟକର ଅଫିସକୁ ବ୍ୟକ୍ତିଗତ ଭାବେ ଆସି ତାଙ୍କ ଗତ ୩ ବର୍ଷର ରୋଜଗାରର ହିସାବ ପତ୍ର ଦେଖାଇବେ । ଜିଏସଟି ବିଭାଗର ଅଧିକାରୀଙ୍କ ଉଦ୍ଦେଶ୍ୟ ହେଉଛି ବିକ୍ରେତାଙ୍କ ଆୟ ଯାଞ୍ଚ କରିବା। ଗତ ଆର୍ôଥକ ବର୍ଷରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପ୍ରାପ୍ତ ବହୁମୂଲ୍ୟ ଦେୟ ଉପରେ ଅନୁସନ୍ଧାନ ବିଶେଷ ଧ୍ୟାନ ଦେବ ।

ସେପଟେ ଗୁପଚୁପ ବିକାଳିଙ୍କୁ ଜିଏସଟି ନୋଟିସ୍ ନେଇ ସୋସିଆଲ୍ ମିଡିରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି କହିଛନ୍ତି ଏହା କୌଣସି କର୍ପୋରେଟ୍ ଚାକିରିଠାରୁ କିଛି କମ ନୁହେଁ । ପ୍ରତିଷ୍ଠିତ ମେଡିକାଲର ଡାକ୍ତରଙ୍କ ବାର୍ଷିକ ରୋଜଗାର ଏତିକି ନୁହେଁ ବୋଲି କିଛି ଲୋକ କହିଛନ୍ତି । ଆଉ କିଛି ଲୋକ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଏହା ତାଙ୍କ ରୋଜଗାର ସତ, କିନ୍ତୁ ଏଥିରୁ ଖର୍ଚ୍ଚକୁ ବାଦ୍ ଦେଇ ହିସାବ କରିବାର ଅଛି । ଗୁପଚୁପ ପାଇଁ ସେ କିଣୁଥିବା ସାମଗ୍ରୀ ଉପରେ ଜିଏସଟି ଦେଉଛନ୍ତି । କିଛି ଲୋକଙ୍କୁ ରଖି କାମ କରାଉଛନ୍ତି ଏବଂ ସେମାନଙ୍କୁ ମଧ୍ୟ ଦରମା ଦେଉଛନ୍ତି । ନିଜେ ସେହି କାମରେ ଦିନରାତି ଲାଗିଛନ୍ତି । ତେଣୁ ଆୟକର ବିଭାଗ ଏସବୁକୁ ହିସାବ କରିବା ଦରକାର ବୋଲି କିଛି ଲୋକ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button