ମନୋରଞ୍ଜନ

ଏତିକି କୋଟି ଟଙ୍କାର ମାଲିକ ଗୋବିନ୍ଦା

ମୁମ୍ବାଇ: ଗୋବିନ୍ଦା ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଆଜି ମଧ୍ୟ ଦେଶ ଏବଂ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଭଲ ପାଆନ୍ତି। କିନ୍ତୁ ଛାଡପତ୍ର ଖବର ପ୍ରସାରିତ ହେବା ପରେ, ଏବେ ଅନେକ ପ୍ରଶ୍ନ ଉଠାଯାଉଛି। ଆଜି ଆମେ ଜାଣିବା ଗୋବିନ୍ଦାଙ୍କ ମୋଟ ସମ୍ପତ୍ତି କେତେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋବିନ୍ଦାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୮ ନିୟୁତ ଡଲାର ଅର୍ଥାତ୍ ୧୫୦ କୋଟି ଟଙ୍କା। ଆପଣଙ୍କୁ କହି ରଖୁଛୁ ଯେ ଗୋବିନ୍ଦାଙ୍କ ଆୟ ଅନେକ ଉତ୍ସରୁ ଆସିଥାଏ, ଯେଉଁଥିରେ ତାଙ୍କର ସଫଳ ଫିଲ୍ମ କ୍ୟାରିଅର, ବିଜ୍ଞାପନ ଏବଂ ରିଅଲ ଇଷ୍ଟେଟ୍ ନିବେଶ ଅନ୍ତର୍ଭୁକ୍ତ। ଗୋବିନ୍ଦାଙ୍କ ବାର୍ଷିକ ଆୟ ପ୍ରାୟ ୧୨ କୋଟି ଟଙ୍କା ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ତାଙ୍କର ରୋଜଗାରର ଏକ ପ୍ରମୁଖ ଅଂଶ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଆସିଥାଏ, ଯେଉଁଠାରେ ସେ ପ୍ରତି ଡିଲ୍ ପାଇଁ ପ୍ରାୟ ୨ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି। ଆଜିକାଲି, ଗୋବିନ୍ଦା ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରତି ପ୍ରୋଜେକ୍ଟ ପାଇଁ ୫-୬ କୋଟି ଟଙ୍କା ନେଇଥାନ୍ତି।

ଅଭିନେତା ଗୋବିନ୍ଦାଙ୍କ ମୁମ୍ବାଇରେ ଅନେକ ସମ୍ପତ୍ତି ଅଛି। ଅଭିନେତାଙ୍କର ସହରରେ ଦୁଇଟି ଘର ଅଛି, ଗୋଟିଏ ଜୁହୁର କେଡିଆ ପାର୍କରେ ଏବଂ ଅନ୍ୟଟି ମଡ୍ ଆଇଲ୍ୟାଣ୍ଡରେ। ବର୍ତ୍ତମାନ ଏହି ସମ୍ପତ୍ତିଗୁଡ଼ିକର ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା। ଏହା ବ୍ୟତୀତ, ଗୋବିନ୍ଦା ଅନେକ ରିଅଲ୍ ଇଷ୍ଟେଟରେ ମଧ୍ୟ ନିବେଶ କରିଛନ୍ତି, ଯାହା ତାଙ୍କୁ ତାଙ୍କର ଆର୍ôଥକ ସ୍ଥିତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଛି।

ଗୋବିନ୍ଦାଙ୍କ ପାଖରେ ବହୁତ ବିଳାସପୂର୍ଣ୍ଣ କାର ଅଛି। ତାଙ୍କ ପାଖରେ Hyundai Creta, Toyota Fortuner, Ford Endeavour, Mercedes C220D ଏବଂ Mercedes Benz GLC ଭଳି ଗାଡ଼ି ଅଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button