ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସରକାରୀ ସହାୟତା
ଭୁବନେଶ୍ୱର: ବାତ୍ୟା ‘ଦାନା’ର ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ସରକାରୀ ସହାୟତା । ଏହି ସହାୟତା ରାଶି ଚାଷୀଙ୍କୁ କେମିତି ଓ କେତେ ମିଳିବ, ସେନେଇ କହିଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି, ଯେଉଁ ଚାଷୀଙ୍କର ଅଧା ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବ, ତାଙ୍କୁ ୪୨୦୦ ଟଙ୍କା ସହାୟତା ଦିଆଯିବ। ଅଳ୍ପ କିଛି କ୍ଷତି ହୋଇଥିଲେ ସର୍ବନିମ୍ନ ମାତ୍ର ୧ ହଜାର ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ। ସେହିପରି ଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ରାଜ୍ୟ ସରକାର ୧୭ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେବେ। ସେହି ଜମିରେ ଛୋଟ ଚାଷୀଙ୍କୁ ସର୍ବନିମ୍ନ ୨ ହଜାର ଟଙ୍କା ଦିଆଯିବ।
କୃଷି ସଚିବ ଆହୁରି କହିଛନ୍ତି ଯେ, ଆଗ୍ରୋ ଫରେଷ୍ଟ/ ପ୍ଲାଣ୍ଟଣ୍ଟେସନ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ମିଳିବ। ଏକ୍ଷେତ୍ରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅତିକମରେ ୨ ହଜାର ୫୦୦ ଟଙ୍କା ମିଳିବ। ରାଜସ୍ୱ ଓ କୃଷି ଅଧିକାରୀଙ୍କ ମିଳିତ ସହଯୋଗରେ କ୍ଷୟକ୍ଷତି ଗଣନା କରାଯିବା ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉକ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।