ଦେଶ- ବିଦେଶ

ଆଳୁରେ ଭଗବାନ: ପୂଜା କରିବାକୁ ଭିଡ଼

ନୂଆଦିଲ୍ଲୀ: ଆଳୁରେ ଭଗବାନ ବିଷ୍ଣୁଙ୍କର ୩ ଅବତାର ରୂପ । କଚ୍ଛପ, ମତ୍ସ୍ୟ ଏବଂ ବରାହ ଅବତାର ରୂପ ଆଳୁରେ ଦୃଶ୍ୟମାନ ହୋଇଛି। ଏହି ଆଳୁକୁ ବର୍ତ୍ତମାନ ପୂଜାର୍ଚ୍ଚନା କରିବାରେ ଲାଗି ପଡ଼ିଛନ୍ତି ଲୋକେ। ଏହି ଖବର ପ୍ରଚାର ହେବା ମାତ୍ରେ ଏହାକୁ ଦେଖିବା ପାଇଁ ଧୀରେ ଧୀରେ ଲୋକଙ୍କ ଭିଡ଼ ଜମୁଛି । ଏହି ଆଳୁକୁ ଏକ ମନ୍ଦିରରେ ରଖାଯାଇଛି। ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।

ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଆଳୁରେ ଭଗବାନ ବିଷ୍ଣୁଙ୍କର କଚ୍ଛପ, ମତ୍ସ୍ୟ ଏବଂ ବରାହ ଅବତାର ରୂପ ଦେଖିବାକୁ ମିଳିଥିବା ବେଳେ ଶେଷନାଗଙ୍କର ରୂପ ମଧ୍ୟ ଦେଖିବାକୁ ମିଳିଛି । ଏହି ଆଳୁକୁ ପୂଜା କରୁଛନ୍ତି ଲୋକେ। ବର୍ତ୍ତମାନ ଏହି ଆଳୁକୁ ସ୍ଥାନୀୟ ଶଙ୍କର କଲେଜ ପାଖରେ ଥିବା ତୁଳସୀ ମାନସ ମନ୍ଦିରରେ ରଖାଯାଇଛି। ଏହାକୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

ମନ୍ଦିରର ପୂଜାରୀଙ୍କ କହିବା କଥା, ଏହି ଆଳୁ ବଂଶ ଗୋପାଳ ତୀର୍ଥ ପାଖରେ ଥିବା କେମା ଗାଁରେ ବାହାରିଥିଲା । ଏଥିରେ ଭଗବାନ ବିଷ୍ଣୁ ଏବଂ ଶେଷନାଗଙ୍କ ଅବତାର ରୂପ ଦେଖିବାକୁ ମିଳିଛି। ଏହି ଆଳୁ ଏକ ଚମତ୍କାର ଏବଂ ଏଥିରେ ଭଗବାନଙ୍କ ଶକ୍ତି ରହିଛି। ଲୋକେ ଏହି ଆଳୁକୁ ଦେଖିବା ପାଇଁ ବହୁ ଦୂରରୁ ଆସୁଛନ୍ତି । ଏହାକୁ ଫୁଲମାଳ ପିନ୍ଧାଯିବା ସହ ପୂଜା କରୁଛନ୍ତି। ମନ୍ଦିରର ପଣ୍ଡିତ କହିଛନ୍ତି ଯେ, ଏହା ଭଗବାନଙ୍କ ଲୀଳା, ଯାହା ଚଳିତ ବର୍ଷ ଖୁସିକୁ ନେଇ ଆସିଛି। ଏହି ଆଳୁରେ ଭଗବାନଙ୍କ ଆକୃତିରେ ଭଗବାନ ନନ୍ଦୀ, ଶଙ୍କର, କଚ୍ଛପ, ମତ୍ସର ଆକୃତି ସ୍ପଷ୍ଟ ଭାବେ ନଜର ଆସୁଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button