ଦେଶ- ବିଦେଶ

୬୧ ବର୍ଷ ବୟସରେ ବିବାହ କରିବେ ବିଜେପି ନେତା

କୋଲକାତା: ୬୧ ବର୍ଷ ବୟସରେ ବିବାହ କରିବେ ବିଜେପି ନେତା । ଦଳୀୟ ନେତ୍ରୀଙ୍କୁ କରିବେ ଜୀବନସାଥୀ । ପଶ୍ଚିମବଙ୍ଗର ପୂର୍ବତନ ବିଜେପି ଦଳ ମୁଖ୍ୟ ଦିଲ୍ଲୀପ ଘୋସ୍ ବିବାହ କରିବାକୁ ଯାଉଛନ୍ତି । ପାର୍ଟି କର୍ମୀ ରିଙ୍କୁ ମଜୁମଦାରଙ୍କୁ କରିବେ ବିବାହ । ରିଙ୍କୁ ପଶ୍ଚିମ ବଙ୍ଗ ବିଜେପି ମହିଳା ଦଳର ମୁଖ୍ୟ । ଦଳ ପକ୍ଷରୁ ତାଙ୍କୁ ଅନେକ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ବହୁ ବର୍ଷ ଧରି ସେ ବିଜେପି ପାଇଁ କାମ କରିଆସୁଛନ୍ତି ।

ବିବାହ ନେଇ ଦିଲ୍ଲୀପଙ୍କ କୋଲକାତାସ୍ଥିତ ବାସଭବନରେ ବ୍ୟାପକ ଆୟୋଜନ କରାଯାଇଛି । ଉକ୍ତ ବିବାହ ରେ ବହୁ ଦଳିୟ ନେତା କର୍ମୀ ଯୋଗ ଦେବାକୁ ଥିବାବେଳେ ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ ଏବଂ ଦେବାଂଶୁ ଭଟାଚ୍ଚାର୍ଯ୍ୟ ଏଥିରେ ସାମିଲ ହେବେ । ଏଥି ସହ ଦିଲ୍ଲୀପ ଓ ରିଙ୍କୁଙ୍କ ପରିବାର ଲୋକଙ୍କ ସହ କିଛି ଖାସ୍ ବନ୍ଧୁ ସାମିଲ ହେବେ । ଦିଲ୍ଲୀପ ଦୀର୍ଘ ଦିନ ଧରି ଏକୁଟିଆ ରହିବା ପରେ ୬୧ ବର୍ଷ ବୟସରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀପଙ୍କ ବିବାହକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button