ଏଥର ଦୀପାବଳୀରେ ଫୁଟିବନି ବାଣ
ନୂଆଦିଲ୍ଲୀ: ଦୀପାବଳୀରେ ବାଣ ଫୁଟାଇବା ମନା । ଏଥର ବି ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ସରକାର । ତେବେ ଆଗାମୀ ୨୦୨୫ ଜାନୁଆରୀ ୧ ଯାଏଁ ଏହି କଟକଣା ଜାରି କରିଛନ୍ତି ସରକାର । ଏମିତିକି ଅନ୍ଲାଇନ ବାଣ ବିକ୍ରି ଉପରେ ମଧ୍ୟ ରୋକ ଲଗାଇଛନ୍ତିି । ଯଦି ଏହି ନିୟମକୁ କେହି ଅଣଦେଖା କରନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଦିଲ୍ଲୀ ଏନସିଆରରେ ବାଣ ବିକ୍ରି ଓ ଫୁଟାଇବାକୁ ସମ୍ପୂର୍ଣ୍ଣ ମନା କରିଛନ୍ତି । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳିି ନିଷ୍ପତ୍ତି ନେଇଛନ୍ତି ସରକାର ।
ଦିନକୁ ଦିନ ଦିଲ୍ଲୀ ସହରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ଏହାକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ଉପରେ ଗୁରୁତ୍ୱ ଦେବାକୁ ପଡିବ । ବିଶେଷ କରି ଶୀତ ଦିନେ ବାୟୁମଣ୍ଡଳର ସ୍ଥିତିକୁ ସୁଧାରିବା ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ । ଶୀତ ଦିନରେ ପରିବେଶ ପ୍ରଦୂଷଣର ପ୍ରଭାବ ବେଶୀ ପଡୁଥିବାରୁ ଦୀପାବଳିରେ ବାଣ ଫୁଟାଇବାକୁ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବାଣ ପ୍ରସ୍ତୁତି, ବିକ୍ରି ଏବଂ ଫୁଟାଇବା ଉପରେ ଏଭଳି ପଦକ୍ଷେପ ନିଆଯାଇଛି। ବାଣ ଫୁଟାଇବା ଦ୍ୱାରା ପରିବେଶ ଅଧିକ ପ୍ରଦୂଷିତ ହେଉଛି । ତେଣୁ ଏଥିରୁ ଦିଲ୍ଲୀବାସୀଙ୍କୁ ରକ୍ଷା କରିବା ପାଇଁ ସମସ୍ତେ ସହଯୋଗ କରିବା ପାଇଁ ଅପିଲ୍ ମଧ୍ୟ କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାଏ ।