ଦେଶ- ବିଦେଶ

ବିଳମ୍ବରେ ଫିଲ୍ମ ଆରମ୍ଭ ହେବାରୁ ୧ ଲକ୍ଷ ଟଙ୍କା ଗଣିଲେ ହଲ ମାଲିକ

ବେଙ୍ଗାଲୁରୁ: ଅଧିକାଂଶ ଲୋକ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି । ସେଥିଲାଗି ନିଜର ବ୍ୟସ୍ତବହୁଳତା ଲାଇଫ ଭିତରୁ ସମୟ ବାହାର କରି ଫିଲ୍ମ ଦେଖିବାକୁ ହଲ ଯାଇଥାନ୍ତି । ତେଣୁ ନୂଆ ଫିଲ୍ମ ଆସୁ ଆସୁ ଲୋକେ ଚଢା ଦରରେ ଟିକେଟ କାଟି ଫିଲ୍ମ ଦେଖିବାକୁ ଯାଇଥାନ୍ତି । କିନ୍ତୁ ବର୍ତ୍ତମାନ ଫିଲ୍ମ ଦେଖିବା ସମୟରେ ସେମାନଙ୍କୁ ବିଜ୍ଞାପନ ମଧ୍ୟ ଦେଖିବାକୁ ପଡ଼ୁଛି। ଫିଲ୍ମର ଅବଧି କମ ହୋଇଥିଲେ ମଧ୍ୟ ଲମ୍ବା ବିଜ୍ଞାପନ ଯୋଗୁଁ ସମୟ ବୃଦ୍ଧି ପାଇଯାଉଛି। ବେଙ୍ଗାଲୁରୁରେ ରହୁଥିବା ଜଣେ ବ୍ୟକ୍ତି ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ଏହାକୁ ନେଇ ସେ କଞ୍ଜୁମର କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।

ବେଙ୍ଗାଲୁରୁର ଏକ ଜିଲା କଞ୍ଜୁମର କୋର୍ଟ ଏହି ମାମଲାର ବିଚାର କରି ରାୟ ଦେଇଛନ୍ତି । ଥିଏଟର ପିଭିଆର ଆଇନକ୍ସକୁ ଅତ୍ୟଧିକ ବିଜ୍ଞାପନ ପ୍ରସାରଣ କରି ମୁଭି ପ୍ରଦର୍ଶନକୁ ବିଳମ୍ବ କରିବା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଏଥିସହିତ ଏହାକୁ ‘ଅନୁଚିତ’ ବ୍ୟବସାୟୀକ ଅଭ୍ୟାସ ବୋଲି କହିଛନ୍ତି। କୋର୍ଟ ମଲ୍ଟିପ୍ଲେକ୍ସକୁ ଜରିମାନା କରିଛନ୍ତି । କ୍ଷତିପୂରଣ ସ୍ୱରୂପ ୧ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟ ନିଶ୍ଚିତ କରନ୍ତୁ ଯେ ଫିଲ୍ମର ପ୍ରକୃତ ଆରମ୍ଭ ସମୟ ଦର୍ଶକଙ୍କୁ ସ୍ପଷ୍ଟ ଭାବରେ ଜଣାଯାଉଛି।

ସୂଚନାଯୋଗ୍ୟ, ଡିସେମ୍ବର ୨୦୨୩ରେ ବେଙ୍ଗାଲୁରୁର ଜଣେ ବାସିନ୍ଦା ତାଙ୍କ ପରିବାରର ଦୁଇ ସଦସ୍ୟଙ୍କ ସହିତ ବଲିଉଡ଼ ଅଭିନେତା ଭିକି କୌଶଳଙ୍କ ଅଭିନିତ ଫିଲ୍ମ ‘ସାମ ବାହାଦୁର’ ଦେଖିବାକୁ ନିକଟସ୍ଥ ହଲକୁ ଯାଇଥିଲେ । ସେମାନଙ୍କ ଫିଲ୍ମ ଅପରାହ୍ନ ୪ଟା ୦୫ରେ ଆରମ୍ଭ ହେବାର ଥିଲା । କିନ୍ତୁ ଲମ୍ବା ବିଜ୍ଞାପନ ଯୋଗୁଁ, ଫିଲ୍ମଟି ଅପରାହ୍ନ ୪ଟା ୩୦ରେ ଆରମ୍ଭ ହୋଇଥିଲା, ଯାହା ସେମାନଙ୍କର କାର୍ଯ୍ୟସୂଚୀରେ ବାଧା ସୃଷ୍ଟି କରିଥିଲା । ସେମାନଙ୍କର ସମୟ ମଧ୍ୟ ନଷ୍ଟ ହୋଇଥିଲା । ଅଭିଯୋଗକାରୀଙ୍କୁ ଅସୁବିଧା ଏବଂ ମାନସିକ ନିର୍ଯାତନା ପାଇଁ ୨୦,୦୦୦ ଟଙ୍କା ଏବଂ ମକଦ୍ଦମା ଖର୍ଚ୍ଚ ପାଇଁ ପୃଥକ ଭାବରେ ୮,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।

କୋର୍ଟ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଆଜିର ଦ୍ରୁତ ଗତିଶୀଳ ବିଶ୍ୱରେ ସମୟ ଅତ୍ୟନ୍ତ ମୂଲ୍ୟବାନ ଏବଂ କୌଣସି ବ୍ୟବସାୟର ଗ୍ରାହକଙ୍କ ସମୟ ଏବଂ ଟଙ୍କାରୁ ଅନୁଚିତ ଫାଇଦା ନେବାର ଅଧିକାର ନାହିଁ। କୋର୍ଟ କହିଛନ୍ତି, ଏକ ବିଜ୍ଞାପନ ଦେଖିବା ପାଇଁ ୨୫ ରୁ ୩୦ ମିନିଟ ବିତାଇବା ସମୟର ଏକ ବଡ଼ ଅପଚୟ, ବିଶେଷକରି ଯେଉଁମାନଙ୍କର ଦୈନନ୍ଦିନ ଜୀବନଶୈଳୀ ବହୁତ ବ୍ୟସ୍ତ। ଲୋକମାନେ ଚିନ୍ତା ମୁକ୍ତ ହେବାକୁ ମନୋରଞ୍ଜନ ଚାହାଁନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନଙ୍କର ଅନ୍ୟ କୌଣସି ଦାୟିତ୍ୱ ନାହିଁ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button