ଦେଶ- ବିଦେଶ

ପୁଅକୁ ମିଳିଥିବା ଯୌତୁକ ଫେରାଇ ଦେଲେ ବାପା

ନୂଆଦିଲ୍ଲୀ: ବିବାହ ସହିତ ଯୌତୁକ ପ୍ରଥା ବହୁକାଳରୁ ଜଡ଼ିତ। ପୁରାତନ କାଳରେ ଯୌତୁକ ସୁସ୍ଥ, ଶୃଙ୍ଖଳିତ ତଥା ଆନନ୍ଦଦାୟକ ପରମ୍ପରା ଭାବେ ବିବେଚିତ ହେଉଥିଲା। ବିବାହ ସମୟରେ ଝିଅ ଘର ଲୋକ ବରକୁ ଆନନ୍ଦରେ ସ୍ୱେଚ୍ଛାକୃତ ଉପହାର ସ୍ୱରୂପ କିଛି ଅର୍ଥ, ଅଳଙ୍କାର, ଗାଈ, ବଳଦ, ଘୋଡ଼ା, ଭୂସମ୍ପତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ଦେଉଥିଲେ। ସମୟ ବଦଳିବା ସହିତ ଯୌତୁକର ସଂଜ୍ଞା, ସ୍ୱରୂପ ଓ ଚରିତ୍ର ମଧ୍ୟ ପରିବର୍ତ୍ତିତ ହୋଇଛି। ବର ଘର ଲୋକ ପାଲଟି ଯାଇଛନ୍ତି ଯୌତୁକ ଆଳରେ ଅର୍ଥାପିପାସୁ ରାକ୍ଷସ। ହେଲେ ଏବେ ଏମିତି ଜଣେ ବ୍ୟକ୍ତି ଯିଏକି ପୁଅ ଆଣିଥିବା ଯୌତୁକକୁ ଫେରାଇ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏପରି ପ୍ରଶଂସାଯୋଗ୍ୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ ।

ରାଜସ୍ଥାନର ବୁନ୍ଦୀ ଜିଲ୍ଲାର ବାସିନ୍ଦା ଶିବରାଜ ସିଂହ । ସେ ପୋଲିସ ବିଭାଗରେ କାର୍ଯ୍ୟ କରନ୍ତି । ନିକଟରେ ସେ ତାଙ୍କ ପୁଅ ନରେନ୍ଦ୍ର ସିଂହଙ୍କ ବିବାହ ଭିଲୱାଡା ଜିଲ୍ଲା ଗଣୋଲିରେ ଧୁମ୍‌ଧାମ୍‌ରେ କରାଇଥିଲେ । କନ୍ୟା କୁସୁମ କୁୱରଙ୍କ ବାପା ପ୍ରଭୁ ସିଂହ ଶକ୍ତାବତ ତିଲକ ରୀତିନୀତି ବେଳେ ନରେନ୍ଦ୍ରଙ୍କୁ ୫ଲକ୍ଷ ୧୧ହଜାର ଟଙ୍କାର ଯୌତୁକ ଦେଇଥିଲେ। ନରେନ୍ଦ୍ରଙ୍କ ଶ୍ୱଶୁର ଘର ଲୋକ ଖୁସିର ସହକାରେ ଏହି ଟଙ୍କା ଦେଇଥିଲେ ।

ଶିବରାଜ ଯୌତୁକ ପ୍ରଥାକୁ ବିରୋଧ କରି ହୃଦୟସ୍ପର୍ଶୀ ପ୍ରତିକ୍ରିୟା ଦେଇଛନ୍ତ । ସେ କହିଛନ୍ତି, ‘ଯୌତୁକ ପ୍ରଥାକୁ ଶେଷ କରିବା ସମାଜର ଦାୟିତ୍ୱ। ଯଦି ଲୋକେ ଯୌତୁକ ନେବା ପାଇଁ ମନା କରିବେ ଦିନେ ନା ଦିନେ ଏ ପ୍ରଥା ଶେଷ ହୋଇଯିବ। ଏଥିସହିତ ଯୌତୁକ ପାଇଁ ବଧୁ ନିର୍ଯାତନା , ଛାଡ଼ପତ୍ର ଆଦି ମାମଲା ହ୍ରାସ ପାଇଯିବ। ତିଲକ ଶେଷହେବା ପରେ ପରେ ଆମେ ଝିଅ ବାପାଙ୍କୁ ବୁଝାଇ ଏହି ଯୌତୁକ ରାଶି ଗ୍ରହଣ ନ କରି ଫେରାଇ ଦେଇଥିଲୁ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଲୋକେ ପୋଲିସ କର୍ମଚାରୀ ଶିବରାଜ ସିଂହଙ୍କୁ ଖୁବ ପ୍ରଶଂସା କରିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button