ମନୋରଞ୍ଜନ
ଫରାହଙ୍କ ରୋଷେୟା ଶାହରୁଖଙ୍କ ସହ କରିବେ ସୁଟିଂ

ନୂଆଦିଲ୍ଲୀ: କୋରିଓଗ୍ରାଫର ଫରାହ ଖାନ ୟୁଟ୍ୟୁବରେ ରୋଷେଇ ବ୍ଲଗ ତିଆରି କରନ୍ତି। ଏହି ଭିଡିଓଗୁଡ଼ିକ ଯୋଗୁଁ ଫରାହ ଖାନଙ୍କ ରୋଷେୟା ଦିଲୀପ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି।
ନିକଟରେ ଫାରା ଖାନ କରଣ ୱାହିଙ୍କ ଘରକୁ ଯାଇଥିଲେ। ଏହି ସମୟରେ କରଣ ପଟେଲ ମଧ୍ୟ ସେଠାରେ ଥିଲେ। ସମସ୍ତେ ମିଶି ସେଠାରେ ଅଟାର ହାଲୁଆ ତିଆରି କରିଥିଲେ। ଏହି ସମୟରେ ଫରାହ ଖାନ କହିଥିଲେ,‘ ଦିଲୀପ ଶାହରୁଖ ଖାନଙ୍କ ସହ ସୁଟିଂ କରିବାକୁ ଯାଉଛନ୍ତି। ସେ ଏକ ବିଜ୍ଞାପନର ସୁଟିଂ କରିବେ। ଆପଣ ଜାଣନ୍ତି ଦିଲୀପଙ୍କର ବିହାରରେ ତିନିତାଲା ବିଶିଷ୍ଟ ଏକ ବଙ୍ଗଳା ମଧ୍ୟ ଅଛି। ସେଠାରେ ତାଙ୍କ ସ୍ତ୍ରୀ, ପିଲା ଓ ବାପା ଓ ମା’ ବସବାସ କରନ୍ତି। ଦିଲୀପ ମୋ ସହ ମୁମ୍ବାଇରେ ରୁହନ୍ତି।’