ଖେଳ ଖବର

ସୁରକ୍ଷା ବଳୟ ଭାଙ୍ଗି ପଡିଆ ଭିତରେ ପ୍ରଶଂସକ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଅରୁଣ ଜେଟଲି କ୍ରିକେଟ ଷ୍ଟାଡିୟମରେ ରଣଜୀ ମ୍ୟାଚରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ପ୍ରଶଂସକ ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆ ଭିତରେ ପଶି କ୍ରିକେଟର ବିରାଟ କୋହଲିଙ୍କ ପାଦ ଛୁଇଁଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଦୀର୍ଘ ୧୨ ବର୍ଷ ପରେ ରଣଜୀ ଟ୍ରଫିକୁ ଫେରିଛନ୍ତି ବିରାଟ କୋହଲି । ନୂଆଦିଲ୍ଲୀର ଅରୁଣ ଜେଟଲି କ୍ରିକେଟ ଷ୍ଟାଡିୟମରେ ରଣଜୀ ମ୍ୟାଚରେ ଦିଲ୍ଲୀ ଏବଂ ରେଳବାଇ ଦଳ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଦିଲ୍ଲୀର ଅଧିନାୟକ ଆୟୁଷ ବାଡୋନି ଟସ ଜିତି ରେଳବାଇକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲେ। ଲାଇଭ ମ୍ୟାଚ ସମୟରେ, ଜଣେ ଯୁବକ ସୁରକ୍ଷା ବଳୟ ଭାଙ୍ଗି ପଡିଆ ଭିତରରେ ଦୌଡ଼ିବାକୁ ଆରମ୍ଭ କରିଥିଲେ । ଏହି ଯୁବକଙ୍କୁ ଗ୍ରାଉଣ୍ଡ ମଝିରେ ଦୌଡ଼ୁଥିବାର ଦେଖି, ଫିଲଡରମାନେ ନିଜ ନିଜ ସ୍ଥାନରେ ଅଟକିଗଲେ। ଆଉ କ’ଣ ଘଟୁଛି ଦେଖିବା ପାଇଁ ସେ ଠିଆ ହେଲେ। ବ୍ୟାଟସମ୍ୟାନ ମଧ୍ୟ ସେହି ବ୍ୟକ୍ତି ଆଡ଼କୁ ଚାହିଁବାକୁ ଲାଗିଲେ। ଖେଳଟି କିଛି ସମୟ ପାଇଁ ବନ୍ଦ ହୋଇଗଲା। ପରେ ସେ ବିରାଟ କୋହଲିଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁଥିଲେ । ଏହା ପରେ ସୁରକ୍ଷା କର୍ମୀମାନେ ତାଙ୍କୁ କୋହଲିଙ୍କଠାରୁ ନେଇ ଯାଇଥିଲେ। ଏହି ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button