ଦେଶ- ବିଦେଶ

ବିଦ୍ୟୁତ୍ ବିଲ୍ ୭୯୯ କୋଟି, ଲୋକେ ଆଶ୍ଚର୍ଯ୍ୟ

ଉତ୍ତରପ୍ରଦେଶ: ବିଦ୍ୟୁତ୍ ବିଲ୍ ୭୯୯ କୋଟି। ଏକଥା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥା । ଏହି ବିଲ୍ ମାତ୍ର ୬ ମାସର ଥିଲା। ଆଉ ୬ ମାସରେ ୭୯୯ କୋଟି ଟଙ୍କା ଇଲେକ୍ଟ୍ରି ବିଲ୍‌। ଏହା ଯାହାକୁ ନାହିଁ ତାହାକୁ ଚକିତ ନିଶ୍ଚୟ କରିବ । ଯେଉଁ ବ୍ୟକ୍ତିଙ୍କ ପାଖକୁ ଏହି ବିଲ୍ ଆସିଛି ସେ ମଧ୍ୟ ନିଜେ ଏହାକୁ ଦେଖିବା ପରେ ବେହୋସ ହୋଇଯାଇଛନ୍ତି। ଆଉ କହିଥିଲେ ମୋର ସ୍ଥାବର ଅସ୍ଥାବର ଯେତେକି ସମ୍ପତ୍ତି ଅଛି ଯଦି ବିକ୍ରି କରାଯାଏ, ତାହାଲେ ବି ମୁଁ ବିଲ୍ ସୁଝି ପାରିବି ନାହିଁ।

ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶର ଆଜମଗଡ଼ ଜିଲ୍ଲାରୁ ଆସିଛି। ଆଉ ଯେଉଁ ବ୍ୟକ୍ତିଙ୍କ ନାଁରେ ଏତେ ଟଙ୍କାର ବିଲ୍ ଆସିଛି ସେ ଏକ ଡିଗ୍ରୀ କଲେଜର ଅଧ୍ୟକ୍ଷ ଅଟନ୍ତି। ତାଙ୍କ ନାଁ ହେଉଛି ଡାକ୍ତର ବିଜେନ୍ଦ୍ର ରାୟ।ବିଜେନ୍ଦ୍ର ପାଖାପାଖି ବର୍ଷେ ପୂର୍ବେ ଏକ ନୂଆ ଘର ତିଆରି କରିଥିଲେ। ବିଜେନ୍ଦ୍ର ମଧ୍ୟ ନିଜ ନୂଆ ଘରକୁ ଇଲେକ୍ଟ୍ରି ସଂଯୋଗ କରିଥିଲେ।

ହେଲେ ଘର ତିଆରି କରିବା ବେଳେ ସେ କଞ୍ଜ୍ୟୁମର ହୋଇନଥିଲେ। ତାଙ୍କ ମା’ଙ୍କ ନାଁରେ ଅସ୍ଥାୟୀ ଇଲେକ୍ଟ୍ରି ସଂଯୋଗ ନେଇଥିଲେ। ପାଖାପାଖି ୬ ମାସ କାଳ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗରେ ସେ ଚଳୁଥିଲେ। ବିଲ୍ ମଧ୍ୟ ଠିକ୍ ଠାକ୍ ଆସୁଥିଲା। ହେଲେ ଯେତେବେଳେ ବିଜେନ୍ଦ୍ରଙ୍କ ନାଁରେ ବିଦ୍ୟୁତ୍ ସଂଯୋଗ ହେଲା ଏବଂ ପ୍ରଥମ ମାସରେ ବିଲ୍ ଆସିଲା। ତାହା ଦେଖି ତାଙ୍କ ପାଦ ତଳୁ ମାଟି ଖସିଗଲା। ପ୍ରଥମ ମାସରେ ତାଙ୍କ ପାଖକୁ ୭୯୯ କୋଟି ଟଙ୍କାର ଇଲେକ୍ଟ୍ରି ବିଲ୍ ଆସିଥିଲା। ଯାହାକୁ ଦେଖି ସେ ବେହୋସ ହୋଇଗଲେ।

ତେବେ ଆମେ ଏଠି କହିରଖିବା ପାଇଁ ଚାହିଁବୁ କି ଏଥିରେ ସମ୍ପୂର୍ଣ୍ଣ ଭୁଲ୍ ବିଦ୍ୟୁତ୍ ବିଭାଗର ଥିଲା। ଆଉ ବ୍ୟକ୍ତିଙ୍କ ନାଁରେ ଭୁଲରେ ଏତେ ଟଙ୍କାର ବିଲ୍ ଆସିଯାଇଥିଲା। ଯାହାକୁ ନେଇ ଅଧ୍ୟକ୍ଷ ଜଣକ ବିଦ୍ୟୁତ୍ ବିଲ୍ ସଂଶୋଧନ ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଏବଂ ମୌଖିକ ଅଭିଯୋଗ କରିଥିଲେ। ହେଲେ ଏବେ ଯାଏଁ ଚାହା ସଂଶୋଧନ ହେଲା ନାହିଁ। ଅଧ୍ୟକ୍ଷଙ୍କ ଅଭିଯୋଗ ବିଦ୍ୟୁତ ବିଭାଗ ପ୍ରତ୍ୟେକ ଥର ପ୍ରତିଶ୍ରୁତି ଦେଇ ଆସୁଛି ଯେ ଆଗାମୀ ମାସରେ ସଂଶୋଧନ କରାଯିବ କିନ୍ତୁ ଆଜକୁ ୬ ମାସ ବିତିଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ବିଲ୍ ସଂଶୋଧନ କରାଯାଇ ନାହିଁ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button