ବିଶେଷ

ନିଆରା ବୃତ୍ତି : ଅଳିଆ ବିକି ମାସକୁ ୯ ଲକ୍ଷ ରୋଜଗାର କରୁଛନ୍ତି ଯୁବତୀ

ନୂଆଦିଲ୍ଲୀ: ଘର ହେଉ କି ଅଫିସ ବା ମଲ କିମ୍ବା ଦୋକାନବଜାରରୁ ବାହାରୁଥିବା ଅଳିଆ ଆବର୍ଜନାକୁ ଆମେ ବାହାରେ ଫିଙ୍ଗି ଦେଇଥାଉ । ହେଲେ ଏହି ଅଳିଆକୁ ବିକି ଜଣେ ଯୁବତୀ ମାସକୁ ରୋଜଗାର କରୁଛନ୍ତି ୯ ଲକ୍ଷ ଟଙ୍କା । ଏହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ହେଲେ ଘଟଣାଟି ସତ ।

ଆମେରିକାର ଟେକ୍ସାସରେ ରୁହନ୍ତି ୨୩ ବର୍ଷିୟା ଯୁବତୀ ଏଲା ରୋଜ୍ । ଏବେ ଖୁବ୍ ଚର୍ଚ୍ଚାରେ ଏଲା । ଆଉ ଚର୍ଚ୍ଚାର କାରଣ ହେଲା ଅଳିଆ ବିକି କୋଟିପତି ହେବା । ଦୀର୍ଘ ୧୦ ବର୍ଷ ହେଲାଣି ଅଳିଆ ଗଦା ମଧ୍ୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଏବଂ ଜିନିଷ ଖୋଜିବା ସହ ତାହାକୁ ବିକ୍ରି କରି ଅର୍ଥ ରୋଜଗାର କରି ଆସୁଛନ୍ତି ଏଲା । ସେ ସାଧାରଣତଃ ବିଭିନ୍ନ ବଡ଼ ସପିଂ ମଲ୍‌, ଅଫିସ୍‌, ଦୋକାନ ଆଗରେ ଫୋପାଡି ଦିଆଯାଇଥିବା ଆବର୍ଜନାରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ସଂଗ୍ରହ କରନ୍ତି। ଏହି ସାମଗ୍ରୀଗୁଡ଼ିକୁ ସେ ହଜାର ହଜାର ଟଙ୍କା ମୂଲ୍ୟରେ ବିକ୍ରି କରିଥାନ୍ତି। ଅଳିଆ ଗଦା ମଧ୍ୟରୁ ବଡ଼ ବଡ଼ ବ୍ରାଣ୍ଡ୍‌ର ବିଭିନ୍ନ ସରଞ୍ଜାମ ମିଳିଥାଏ, ଯାହାକୁ ସେ ଅନ୍‌ଲାଇନରେ ବିକ୍ରି କରନ୍ତି। ଏହି ବୃତ୍ତି ତାଙ୍କୁ ଆର୍ôଥକ ରୂପେ ସଶକ୍ତ କରିଥିବା କହିଛନ୍ତି ଏଲା ।

ଏଲା ଆହୁରି କହିଛନ୍ତି ଯେ, ତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା ସେତେବେଳେ କିଛି ଲୋକ ଅଳିଆ ଗଦାରୁ ମୂଲ୍ୟବାନ ଜିନିଷ ଖୋଜୁଥିବାର ଏକ ଭିଡିଓ ୟୁଟ୍ୟୁବ୍‌ରେ ଦେଖିବାକୁ ପାଇଥିଲେ। ତାଙ୍କୁ ଏହି କାର୍ଯ୍ୟ ଖୁବ୍ ଆକର୍ଷିତ କରିଥିଲା । ନିଜ ଅବସର ସମୟରେ ଏପରି କରିବାକୁ ସେ ତାଙ୍କ ମା’ଙ୍କଠାରୁ ଅନୁମତି ମାଗିଥିଲେ। ହେଲେ ପରିବାର ରୋକଠୋକ୍ ମନା କରିଦେଇ ଥିଲେ। କିନ୍ତୁ ସେ ଜିଦ୍ ଧରିବାରୁ ତାଙ୍କ ପରିବାର ଲୋକେ ବାଧ୍ୟ ହୋଇ ଏଥିରେ ରାଜି ହୋଇଥିଲେ।

ଘରୁ ଅନୁମତି ମିଳିବା ଏଲା ପ୍ରତ୍ୟେକ ଦିନ ସକାଳୁ ବାହାରି ପଡ଼ୁଥିଲେ ଅଳିଆ ସଂଗ୍ରହ କରିବାକୁ । ବିଶେଷକରି ବିଭିନ୍ନ ଅଫିସ ଓ ମଲ ଆଗରେ ଫୋପାଡ଼ି ଦିଆଯାଉଥିବା ଆବର୍ଜନାରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ସଂଗ୍ରହ କରନ୍ତି । ଏହାକୁ ବିକ୍ରି କରି ପ୍ରଥମେ ପ୍ରଥମେ ମାସକୁ ଅତି କମ୍‌ରେ ୩୫ ହଜାର ଟଙ୍କା ରୋଜଗାର କରୁଥିଲେ । ଧୀରେ ଧୀରେ ତାଙ୍କ ରୋଜଗାର ବୃଦ୍ଧି ପାଇବାକୁ ଲାଗିଲା । ଖାସ୍‌୍‌କରି ଫେଷ୍ଟିଭାଲ ସିଜନ୍‌ରେ ଏହା ବଢ଼ି ମାସିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ ବୋଲି ଏଲା କହିଛନ୍ତି। ସେ ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ୍‌ରେ ତାଙ୍କ କାର୍ଯ୍ୟ ସହ ଜଡିତ ଭିଡିଓ ମଧ୍ୟ ପୋଷ୍ଟ କରନ୍ତି, ଯାହା ଅନେକ ଲୋକଙ୍କୁ ଏପରି ବୃତ୍ତି ଆପଣାଇ ଟଙ୍କା ରୋଜଗାର କରିବାର ପ୍ରେରଣା ଦେଇଆସୁଛି। ସେ ପୂର୍ବରୁ କେବଳ ନିଜ ଅବସର ସମୟରେ ଏହି କାର୍ଯ୍ୟ କରୁଥିଲେ, ପରେ ଏହା ତାଙ୍କର ବୃତ୍ତି ପାଲଟିଗଲା ବୋଲି କହିଛନ୍ତି ଏଲା ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button