କାରରେ ଧୂଳି ଜମିଥିଲେ ଭରିବେ ମୋଟା ଅଙ୍କର ଜରିମାନା

ନୂଆଦିଲ୍ଲୀ: ଟ୍ରାଫିକ ସିଗନାଲ ନ ମାନିଲେ, ହେଲମେଟ ବା ସିଲ୍ଟ ବେଲ୍ଟ ନ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ଚଳାଇବା, ରଙ୍ଗ୍ ରୁଟରେ ଗାଡ଼ି ଚଳାଇଲେ ଅନେକ ସମୟରେ ଗାଡ଼ି ଚାଳକମାନେ ଜରିମାନା ଦେଇଥାନ୍ତି । ହେଲେ ଏଣିକି କାରରେ ଧୂଳି ଲାଗିଥିଲେ କଟିବ ଚାଲାଣ । ଏପରି ଅଜବ ଟ୍ରାଫିକ ନିୟମ କରାଯାଇଛି । ଯଦି କୌଣସି ମଇଳା କାର ଧରାପଡ଼େ, ତେବେ ଜରିମାନା ଆଦାୟ କରିବ ଟ୍ରାଫିକ ପୋଲିସ । ଯିଏ ଏହାକୁ ନ ମାନିବେ ତାଙ୍କ ପ୍ରତି ଦୃଢ କାର୍ଯାନୁ୍ଷ୍ଠାନ ଗ୍ରହଣ କରାଯିବ । ଅନେକ ସମୟରେ ଗାଡ଼ି ଚାଳକଙ୍କ ପାଇଁ ନୂଆ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥାଏ । ତେବେ ଗାଡ଼ିରେ ମଇଳା ଜମିଲେ ମଧ୍ୟ ଚାଳକଙ୍କୁ ଜରିମାନା ଦେବାକୁ ପଡ଼ିବ । ୟୁନାଇଟେଡ ଅରବ ଅମୀରାତର ଦୁବାଇ ସହରରେ ଏପରି ଅଜବ ଟ୍ରାଫିକ ନିୟମ ଲାଗୁ କରାଯାଇଛି ।
ଦୁବାଇ ଏକ ବଡ଼ ପର୍ଯ୍ୟଟନ ଓ ବିଜିନେସ ହବ୍ ଭାବେ ଗଢ଼ିଉଠିଛି । ତେଣୁ ଏଠାକୁ ଏବେ ବିଦେଶୀ ଅତିଥିଙ୍କ ଆଗମନ ବଢ଼ିବାରେ ଲାଗିଛି । ଲୋକମାନେ ଗାଡ଼ିକୁ ରାସ୍ତାକଡ଼଼ରେ ପାର୍କିଂ କରି ଲମ୍ବା ଛୁଟିରେ ଚାଲିଯାଉଥିଲେ । ରାସ୍ତାକଡ଼ରେ ଅନେକ ଦିନ ଧରି ଗାଡ଼ି ରହିବା ଫଳରେ ସେଥିରେ ଧୂଳି ଜମିଯାଇଥାଏ । ତେଣୁ ଦୁବାଇ ସରକାର ମଇଳା ଗାଡ଼ି ଉପରେ ଫାଇନ ଲାଗୁ କରୁଛନ୍ତି । ଯଦି କୌଣସି ବ୍ୟକ୍ତିଙ୍କର ମଇଳା କାର ପାର୍କିଂ ବା ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଅବସ୍ଥାରେ ଧରାପଡ଼େ ତେବେ ସେ କ୍ଷେତ୍ରରେ ଚାଳକଙ୍କୁ ଭାରତୀୟ ହିସାବରେ ୧୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।