ଖେଳ ଖବର

ଭାରତ ଛାଡ଼ି କାହିଁକି ଲଣ୍ଡନ ଗଲେ ବିରାଟ-ଅନୁଷ୍କା ?

ନୂଆଦିଲ୍ଲୀ: ଲଣ୍ଡନ ଚାଲିଯିବେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି। ଗତ ବର୍ଷେ ମଧ୍ୟରେ ଅନେକ ଥର ଦୁହିଁଙ୍କୁ ଲଣ୍ଡନରେ ଦେଖାଯିବା ପରେ କିଛି ଏଭଳି କଳ୍ପନାଜଳ୍ପନା ଲାଗି ରହିଛି। ଏବେ ସେମାନେ ବାସ୍ତବରେ ସେଠାକୁ ଚାଲିଯିବେ ବୋଲି ସ୍ପଷ୍ଟ ହୋଇଛି। ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସ୍ବାମୀ ଡକ୍ଟର ଶ୍ରୀରାମ ନେନେ କହିଛନ୍ତି ଯେ ଏହି ସୁପରଷ୍ଟାର ଦମ୍ପତି ଭାରତ ଛାଡି ଲଣ୍ଡନରେ ବସତି ସ୍ଥାପନ କରୁଛନ୍ତି। ଏଥିସହ ସେ ଦମ୍ପତିଙ୍କ ଭାରତ ଛାଡିବାର କାରଣ ମଧ୍ୟ କହିଛନ୍ତି।

ଅନୁଷ୍କା ଏବଂ ବିରାଟଙ୍କ ଭାରତ ଛାଡି ଲଣ୍ଡନରେ ରହିବା ବିଷୟରେ ଶ୍ରୀରାମ ନେନେ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ମୋର ତାଙ୍କ ପ୍ରତି ବହୁତ ସମ୍ମାନ ରହିଛି। ତାଙ୍କୁ ଅନେକ ଥର ଭେଟିଛୁ। ଦିନେ ଅନୁଷ୍କାଙ୍କ ସହ କଥା ହେବା ବେଳେ ସେମାନେ ଦୁହେଁ ଲଣ୍ଡନ ଯିବାକୁ ଚିନ୍ତା କରୁଥିବା ଜାଣିବାକୁ ପାଇଥିଲୁ। କାରଣ ସେମାନେ ଭାରତରେ ସେମାନଙ୍କର ସଫଳତାକୁ ଉପଭୋଗ କରିପାରି ନ ଥିଲେ। ଆମେ ସେମାନଙ୍କର ଅସୁବିଧାକୁ ପ୍ରଶଂସା କରୁ କାରଣ ସେମାନେ ଯାହା କରନ୍ତି ତାହା ଧ୍ୟାନ ଆକର୍ଷଣ କରେ। ଅନୁଷ୍କା ଏବଂ ବିରାଟ ମଧ୍ୟ ସେମାନଙ୍କ ଉଭୟ ପିଲାଙ୍କୁ ଉତ୍ତମ ଲାଳନପାଳନ ଏବଂ ସାଧାରଣ ଜୀବନ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି।

ଶ୍ରୀରାମ ନେନେ ଆହୁରି କହିଛନ୍ତି, “ମୁଁ ସମସ୍ତଙ୍କ ସହିତ ମିଶିଯାଏ। ମୁଁ ବହୁତ ବିନ୍ଦାସ, କିନ୍ତୁ ତାହା ମଧ୍ୟ ବେଳେବେଳେ ଚ୍ୟାଲେଞ୍ଜିଂ ହୋଇଯାଏ। ଏପରି ଏକ ସମୟ ଆସେ ଯେତେବେଳେ ଆପଣ ଆପଣଙ୍କ ପରିବାର ସହିତ ଡିନର କିମ୍ବା ଲଞ୍ଚ କରିବାକୁ ଯାଇଥାନ୍ତି। କେହି ଜଣେ ଆପଣଙ୍କ ପାଖକୁ ସେଲ୍ଫି ନେବାକୁ ଆସନ୍ତି, ସେତେବେଳେ ଆପଣଙ୍କୁ ନମ୍ର ହେବାକୁ ପଡ଼ିଥାଏ। ମୋ ସ୍ତ୍ରୀ(ମାଧୁରୀ)ଙ୍କ ପାଇଁ ଏହା ଏକ ସମସ୍ୟା ହୋଇଯାଏ, କିନ୍ତୁ ଅନୁଷ୍କା ଏବଂ ବିରାଟ ବହୁତ ଭଲ ଲୋକ ଏବଂ ସେମାନେ ସେମାନଙ୍କ ପିଲାମାନଙ୍କୁ ସାଧାରଣ ଉପାୟରେ ପାଳନ କରିବାକୁ ଚାହାଁନ୍ତି ବୋଲି ସେ କହିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button