ଦେଶ- ବିଦେଶ

ଆଘାତ ପରେ କୁକୁର ନେଲା ଏଭଳି ପ୍ରତିଶୋଧ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କୁକୁରକୁ ଆଘାତ ଲାଗିବା ପରେ ସେ ୧୨ ଘଣ୍ଟା ଭିତରେ ଗାଡ଼ି ମାଲିକଙ୍କ ପ୍ରତିଶୋଧ ନେଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ କୁକୁର ମାଲିକ ଠାରୁ ପ୍ରତିଶୋଧ ନେବାର ଭିଡିଓ ବି ଭାଇରାଲ ହେବାରେ ଲାଗିଛି।

ସାଗର ଜିଲ୍ଲାର ତିରୁପତି ପୁରମ କଲୋନିରେ ରହୁଥିବା ପ୍ରହ୍ଲାଦ ସିଂହ ଘୋଷି ଗତ ୧୭ ତାରିଖରେ ପରିବାର ସହିତ ଏକ ବିବାହ ଭୋଜିକୁ ଯାଇଥିଲେ। ଏହି ଯାତ୍ରା ସମୟରେ ପ୍ରହ୍ଲାଦ ସିଂହ ୟୁଟର୍ଣ୍ଣ ନେବା ସମୟରେ ଏକ କଳାରଙ୍ଗର କୁକୁରକୁ ଧକ୍କା ଦେଇଥିଲେ। ଏଥିରେ କୁକୁର ସାମାନ୍ୟ ଆହତ ବି ହୋଇଯାଇଥିଲା। ଆଘାତ ଲାଗିବା ପରେ କୁକୁର ପ୍ରହ୍ଲାଦ ସିଂହଙ୍କ ଗାଡ଼ି ପଛରେ ଘୋଡ଼ାଇଥିଲା। ପ୍ରହ୍ଲାଦ ଗାଡ଼ିର ବେଗ ବଢ଼ାଇ ଦେବାରୁ କୁକୁର ପଛରେ ରହିଯାଇଥିଲା।

ବିବାହ ଭୋଜି ସାରି ପ୍ରହ୍ଲାଦ ଘରକୁ ଫେରି ପାର୍କିଂରେ ଗାଡ଼ି ରଖି ଦେଇଥିଲେ। ସକାଳୁ ସେ କୌଣସି କାମରେ ଗାଡ଼ି ବାହାର କରୁଥିବା ବେଳେ କିଏ ତାଙ୍କ କାରକୁ ସ୍କ୍ରାଚ ଓ ଟାୟାରକୁ ଛିଣ୍ଡାଇ ଦେଇଥିବା ଦେଖିବାକୁ ପାଇଥିଲେ। ସେ ଭାବିଲେ କେହି ଛୁଆ ବୋଧ ହୁଏ ଖେଳୁଖେଳୁ ଏପରି କରି ଦେଇଥିବ। କାମରୁ ଫେରି ସିସିଟିଭି କ୍ୟାମେରା ଦେଖିବା ପରେ ପ୍ରହ୍ଲାଦ ସିଂହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଯେଉଁ କୁକୁର ଧକ୍କା ଦେଇଥିଲେ ସେହି କୁକୁର ହିଁ ତାଙ୍କ ଗାଡ଼ିକୁ ସ୍କ୍ରାଚ କରିଥିଲା। ନିଜର ରାଗକୁ ଶାନ୍ତ କରିବା ପାଇଁ ଘଟଣାର ୧୨ଘଣ୍ଟା ପରେ ଗାଡ଼ିକୁ ସ୍କ୍ରାଚ କରି ପ୍ରତିଶୋଧ ନେବା ପରେ ଘଟଣାସ୍ଥଳରୁ ଚାଲି ଯାଇଥିଲା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button