ମନୋରଞ୍ଜନ

ରାଖୀଙ୍କୁ ବିବାହ କରିବାକୁ ମନା କଲେ ଡୋଡ଼ି

ମୁମ୍ବାଇ: ଆଜିକାଲି ବଲିଉଡ଼ର ଡ଼୍ରାମା କୁଇନ ରାଖୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ନିକଟରେ କହିଥିଲେ ଯେ ସେ ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ରାଖୀ ପାକିସ୍ତାନୀ ଅଭିନେତା ଡୋଡି ଖାନଙ୍କୁ ବିବାହ କରିବା ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ। କିନ୍ତୁ ଏବେ ଡୋଡି ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ରାଖୀଙ୍କୁ ବିବାହ କରିବାକୁ ରୋକଠୋକ ମନା କରିଦେଇଛନ୍ତି। ଯାହା ପରେ ରାଖୀଙ୍କ ହୃଦୟ ଭାଙ୍ଗି ଯାଇଛି। ତାଙ୍କ ଜୀବନରେ ପୁଣି ଥରେ ଖୁସି ଆସିଥିଲା ଏବଂ ଏବେ ତାହା ମଧ୍ୟ ଚାଲିଗଲା। ଡୋଡି ଖାନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଡୋଡି ଖାନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ରାକ୍ଷୀଙ୍କ ପ୍ରଶଂସା କରୁଛନ୍ତି । କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ ସେ ଅଭିନେତ୍ରୀଙ୍କୁ ବିବାହ କରୁନାହାଁନ୍ତି। ସେ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନକୁ ନମସ୍କାର, ମୁଁ ଡୋଡି ଖାନ। କିଛି ଦିନ ପୂର୍ବେ ଆପଣ ମୋର ସୋସିଆଲ ମିଡିଆରେ ଏକ ଭିଡିଓ ଦେଖିଥିବେ, ଯେଉଁଥିରେ ମୁଁ ରାଖୀ ସାୱନ୍ତଙ୍କୁ ପ୍ରପୋଜ କରିଥିଲି। ଆପଣମାନେ ସମ୍ପୂର୍ଣ୍ଣ ଠିକ୍ ଦେଖିଛନ୍ତି। ପ୍ରସ୍ତାବ ଦେବାର କାରଣ ଥିଲା ଯେ ମୁଁ ତାଙ୍କୁ ବହୁତ ଭଲ ଭାବରେ ଜାଣେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button