ମନୋରଞ୍ଜନ

ଗମ୍ଭୀର ରୋଗରେ ପୀଡ଼ିତ ହେଲେ ଅଭିନେତ୍ରୀ ଦୀପିକା କକ୍କର

ମୁମ୍ବାଇ: ଗମ୍ଭୀର ରୋଗରେ ପୀଡ଼ିତ ହେଲେ ଅଭିନେତ୍ରୀ ଦୀପିକା କକ୍କର। ଟେଲି ଅଭିନେତ୍ରୀ ଦୀପିକା କକ୍କର ଏବେ କୌଣସି ଧାରାବାହିକରେ ନଜର ନଆସୁଥିଲେ ବି ବ୍ଲଗ୍ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଦୀପିକା ଏବଂ ଅଭିନେତା ଶୋଏବ ଇବ୍ରାହିମ୍ ଦୁହେଁ ବ୍ଲଗ୍ କରନ୍ତି ଏବଂ ନିଜ ଜୀବନ ବିଷୟରେ ପ୍ରଶଂସକମାନଙ୍କୁ ଅପଡେଟ୍ ଦେଇଥାନ୍ତି। ଏବେ ସୋଏବ, ଦୀପିକାଙ୍କୁ ନେଇ ଏକ ବଡ଼ ଖବର ଦେଇଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। କିଛି ପ୍ରଶଂସକ ଦୀପିକାଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି। ସୋଏବ ତାଙ୍କ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ ଦୀପିକାଙ୍କୁ ଏକ ଗମ୍ଭୀର ରୋଗ ହୋଇଛି, ଯାହା ପାଇଁ ଅସ୍ତ୍ରୋପଚାର ଜରୁରୀ ହୋଇପଡ଼ିଛି।

ସୋଏବ ତାଙ୍କ ବ୍ଲଗରେ କହିଛନ୍ତି ଯେ, ଦୀପିକାଙ୍କ ଯକୃତର ବାମ ଭାଗରେ ଏକ ଟ୍ୟୁମର ହୋଇଛି। ଏହି ଟ୍ୟୁମର ଆକାରରେ ବହୁତ ବଡ଼। ସୋଏବ କହିଥିଲେ, “ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କର ଯକୃତରେ ସମସ୍ୟା ଅଛି ଯାହା ବହୁତ ଗମ୍ଭୀର। ପ୍ରକୃତରେ ମୁଁ ଚଣ୍ଡିଗଡ଼ରେ ଥିଲି ଏବଂ ଦୀପିକା ମୁମ୍ବାଇରେ ଥିଲେ। ଏହି ସମୟରେ ତାଙ୍କର ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଦୀପିକା ଭାବିଥିଲେ ଯେ ଏହା ଏକ ସାଧାରଣ ଯନ୍ତ୍ରଣା। କିନ୍ତୁ ଯେତେବେଳେ ଏହା ବଢ଼ିଲା, ମୁଁ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲି। କିଛି ରକ୍ତ ପରୀକ୍ଷା କରାଯାଇଥିଲା। ତା’ପରେ ଜଣାପଡିଲା ଯେ ତାଙ୍କ ପେଟରେ ସଂକ୍ରମଣ ହୋଇଛି। ଏହା ପରେ ସିଟି ସ୍କାନ କରାଗଲା। ରିପୋର୍ଟ ଆସିବା ପରେ ଜଣାପଡ଼ିଲା ଯେ, ଦୀପିକାଙ୍କ ଯକୃତର ବାମ ଭାଗରେ ଏକ ଟ୍ୟୁମର ଅଛି, ତାହା ମଧ୍ୟ ଏକ ଟେନିସ୍ ବଲ୍ ଆକାରର। ଏହା ଆମ ସମସ୍ତଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ।”

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button