ଦେଶ- ବିଦେଶ

କାମାକ୍ଷା ମନ୍ଦିରରେ ଭାରତୀୟ ସେନା ପାଇଁ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଗୌହାଟୀ:ଆସାମର ରାଜଧାନୀ ଗୌହାଟୀର କାମାକ୍ଷା ମନ୍ଦିରରେ ଶହ ଶହ ସଂଖ୍ୟାରେ ଭକ୍ତମାନେ ଭାରତୀୟ ସେନା ପାଇଁ ପ୍ରାର୍ଥନା କରୁଥିବାର ପରିଲକ୍ଷିତ ହୋଇଛି। ସେମାନେ ଭାରତୀୟ ସୈନ୍ୟବାହିନୀର ସଫଳତା କାମନା କରି ମାତା କାମାକ୍ଷାଙ୍କର ଆଶୀର୍ବାଦ ଭିକ୍ଷା କରୁଛନ୍ତି। ସେଠାରେ ପୂଜାର୍ଚ୍ଚନା ପରେ କହିଛନ୍ତି ‌‘ଅପରେସନ୍ ସିନ୍ଦୂର’ ସଫଳ ହୋଇଛି। ଉଦ୍ଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନାଗ୍ରୋଟା ଏବଂ ପଠାଣକୋଟ ଅଞ୍ଚଳରେ ଭାରତୀୟ ସେନା ବାୟୁ ପ୍ରତିରକ୍ଷା ୟୁନିଟ ଦ୍ୱାରା ପାକିସ୍ତାନର ୫୦ରୁ ଅଧିକ ଡ୍ରୋନକୁ ସଫଳତାର ସହ ନିଷ୍କ୍ରିୟ କରାଯାଇଥିଲା। ଏଥିରୁ ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ଜଣାପଡ଼ିଛି। ଆଗକୁ ମାତା କାମାକ୍ଷା ସେମାନଙ୍କୁ ଅଧିକ ଶକ୍ତି ଦେବେ ବୋଲି ଭକ୍ତମାନଙ୍କର ବିଶ୍ବାସ ରହିଥିବା କହିଛନ୍ତି।

‘ଅପରେସନ୍‌ ସିନ୍ଦୂର’ ଅପରେସନ୍ ପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ଛାରଖାର ହୋଇଛି। ଲାହୋର, ପିଣ୍ଡି ଓ କରାଚିର ଅଧିକାଂଶ ସ୍ଥାନରେ ଭାରତୀୟ ସେନା ଆକ୍ରମଣ କରି ସଫଳତା ହାସଲ କରିଛନ୍ତି। ସେଠାରେ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ପାକିସ୍ତାନର ରାସ୍ତାଘାଟ ଶୂନଶାନ୍ ହୋଇଯାଇଛି।
ସୂଚନାଯୋଗ୍ୟ, ‘ଅପରେସନ୍‌ ସିନ୍ଦୂର’ ଅପରେସନ୍ ପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ଛାରଖାର ହୋଇଛି। ଲାହୋର, ପିଣ୍ଡି ଓ କରାଚିର ଅଧିକାଂଶ ସ୍ଥାନରେ ଭାରତୀୟ ସେନା ଆକ୍ରମଣ କରି ସଫଳତା ହାସଲ କରିଛନ୍ତି। ସେଠାରେ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ପାକିସ୍ତାନର ରାସ୍ତାଘାଟ ଶୂନଶାନ୍ ହୋଇଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button