ଦେଶ- ବିଦେଶ

୫.୩୧କୋଟିର ମାଲିକାଣୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଶାଲିମାର ବାଗ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଜେପି ବିଧାୟକ ହୋଇଥିବା ରେଖା ଗୁପ୍ତା ହୋଇଛନ୍ତିି ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ରେଖା ଗୁପ୍ତାଙ୍କ ଜନ୍ମ ହରିୟାଣାର ଜିନ୍ଦରେ ହୋଇଥିଲା। କିନ୍ତୁ ଯେତେବେଳେ ରେଖାଙ୍କୁ ମାତ୍ର ୨ବର୍ଷ ବୟସ ହୋଇଥିଲା, ତାଙ୍କ ପରିବାର ଦିଲ୍ଲୀ ଚାଲିଆସିଥିଲେ। ରେଖା ପେଶାରେ ଜଣେ ଓକିଲ। ଏହା ପୂର୍ବରୁ ସେ ଜଣେ କାଉନସିଲର ଥିଲେ। ତେବେ ଚଳିତ ବର୍ଷ ଦିଲ୍ଲୀରେ ହୋଇଥିବା ବିଧାନସଭା ନିର୍ବାଚନରେ, ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ଏବେ ତାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିଛି ବିଜେପି। ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ, ଲୋକମାନେ ତାଙ୍କ ବିଷୟରେ ଜାଣିବାକୁ ଆଗ୍ରହୀ। ବିଶେଷ କରି ରେଖାଙ୍କ ପାଖରେ କେତେ ସମ୍ପତ୍ତି ରହିଛି ତାହା ଅଧିକ ଲୋକ ଜାଣିବାକୁ ଚାହାନ୍ତି।

ବିଧାନସଭା ନିର୍ବାଚନ ସମୟରେ ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ମୋଟ ୫.୩୧କୋଟିର ମାଲିକାଣୀ ଅଟନ୍ତି ରେଖା। ତାଙ୍କ ଉପରେ ପ୍ରାୟ ୧.୨୦କୋଟି ଋଣ ରହିଛି। ତାଙ୍କର ବାର୍ଷିକ ଆୟ ଦେଖିବାକୁ ଗଲେ ୨୦୧୯-୨୦ରେ ସେ ପ୍ରାୟ ୬ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ୨୦୨୦-୨୧ରେ ୬ ଲକ୍ଷ, ୨୦୨୧-୨୨ରେ ୬.୫ ଲକ୍ଷ, ୨୦୨୨-୨୩ରେ ୫ ଲକ୍ଷ,ଓ ୨୦୨୩-୨୪ରେ ୭ ଲକ୍ଷ ଟଙ୍କା ଆୟ କରିଥିଲେ। ରେଖା ଗୁପ୍ତାଙ୍କ ପାଖରେ ଏକ ମାରୁତି ଏକ୍ସଏଲ୬ (୨୦୨୦ ମଡେଲ) କାର ରହିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button