ରାଜ୍ୟ

ବିଲରୁ ମିଳିଲା ମୃତଦେହ

ପଣ୍ଡୁଆ: କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା ଅନ୍ତର୍ଗତ କୋଟଗରା ପଞ୍ଚାୟତ ପ୍ରଧାନ ସାହିର ରଂଜନ କୁମାର ସାହୁ (ହିପି) (୪୨) ଙ୍କର ମର ଶରୀର ଆଜି ସକାଳେ ଗୋଦରି ବିଲି ସ୍ଥିତ ବିଦ୍ୟୁତ ଗ୍ରୀଡ଼ଷ୍ଟ୍ରକଚର ନିକଟରେ ପଡ଼ିଥିବା ଦେଖିବାକୁ ମିଳିଛି ।

ଖବର ନେବାରେ ଜଣାପଡ଼ିଛି ଯେ ହିପି ଗତକାଲି ସକାଳେ ଧାନଫସଲରେ ସାର ପକାଇ ଘରକୁ ଆସିଥିଲେ। ଘରେ ଖାଇ ପଣ୍ଡୁଆ ବଜାରରେ ଥିବା ନିଜ ତେଜରାତି ଦୋକାନକୁ ଯାଇଥିଲେ। ଯିବାବେଳେ ପୁଅକୁ କୋଲଡ୍ରିଙ୍କସ ପିଇବାକୁ ଦେଇଥିଲେ । ଘରେ କହିଥିଲେ ଦ୍ୱିପ୍ରହରରେ ସମସ୍ତେ ଖାଇଦେଇଥିବ , ମୁଁ ଆସିବାକୁ ବିଳମ୍ବ ହେବ। ସାଙ୍ଗରେ ମୋବାଇଲ ନେଇ ନଥିଲେ । କିନ୍ତୁ ସଂଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । କିନ୍ତୁ କିଛି ଖବର ପାଇନଥିଲେ ।

ହିପି ଗତକାଲି ସକାଳେ ଧାନଫସଲରେ ସାର ପକାଇ ଘରକୁ ଆସିଥିଲେ। ଘରେ ଖାଇ ପଣ୍ଡୁଆ ବଜାରରେ ଥିବା ନିଜ ତେଜରାତି ଦୋକାନକୁ ଯାଇଥିଲେ। ଯିବାବେଳେ ପୁଅକୁ କୋଲଡ୍ରିଙ୍କସ ପିଇବାକୁ ଦେଇଥିଲେ । ଘରେ କହିଥିଲେ ଦ୍ୱିପ୍ରହରରେ ସମସ୍ତେ ଖାଇଦେଇଥିବ , ମୁଁ ଆସିବାକୁ ବିଳମ୍ବ ହେବ। ସାଙ୍ଗରେ ମୋବାଇଲ ନେଇ ନଥିଲେ । କିନ୍ତୁ ସଂଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । କିନ୍ତୁ କିଛି ଖବର ପାଇନଥିଲେ । ଆଜି ସକାଳେ ଗୋଦରି ବିଲି ନିକଟ ଜଙ୍ଗଲ ରାସ୍ତାରେ ତାଙ୍କ ବାଇକ ଅଛି ଏବଂ ସେ ତଳେ ମରି ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କୁ କେହି ମାରି ଦେଇଛନ୍ତି କି ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ତାହା ସନ୍ଦେହ କରାଯାଇଛି।
ଆଜି ସକାଳେ ଗୋଦରି ବିଲି ନିକଟ ଜଙ୍ଗଲ ରାସ୍ତାରେ ତାଙ୍କ ବାଇକ ଅଛି ଏବଂ ସେ ତଳେ ମରି ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କୁ କେହି ମାରି ଦେଇଛନ୍ତି କି ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ତାହା ସନ୍ଦେହ କରାଯାଇଛି। ପୁଲିସ ଶବ ଜବତ କରିଛି। ଢ଼େଙ୍କାନାଳରୁ ସାଇଣ୍ଟିଫିକ ଟିମ୍ ଯାଉଛନ୍ତି ଏବଂ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button