ପଞ୍ଚାୟତ ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର : ପଞ୍ଚାୟତ ଉପନିର୍ବାଚନ ପାଇଁ ବୁଧବାର ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ୪୩ ପଞ୍ଚାୟତ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଉପନିର୍ବାଚନ ହେବ। ଜୁନ ୨୪ରେ ଭୋଟ ଗଣତି ହୋଇ ଫଳାଫଳ ଆସିବ। ମେ’ ୨୨ରେ ନୋଟିଫିକେସନ ବାହାରିବ। ୨୬ରୁ ୩୧ ମେ’ ନାମାଙ୍କନ ଦାଖଲ ହେବ।
୨୦ ଜିଲାର ୪୩ ସରପଞ୍ଚ ପାଇଁ ଭୋଟ ହେବ। ୨୧ ଜିଲାର ୪୦ ପଞ୍ଚାୟତ ସମିତି ସଭ୍ୟ ପାଇଁ ଭୋଟ ହେବ ବୋଲି ଜଣାପଡିଛି। ଜୁନ ୨୩ ତାରିଖରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଦିନ ୧ଟା ସରିବ। ୨୬ରୁ ୩୧ ମେ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ଏଥିସହ ଜୁନ ୨୪ ତାରିଖରେ ଭୋଟ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ। ଜିଲା ପରିଷଦ ଉପନିର୍ବାଚନ କେନ୍ଦ୍ରାପଡ଼ା, କେନ୍ଦୁଝର୍ ଓ ସମ୍ବଲପୁର ଜିଲାରେ ଥିବା ଡେରାବିଶ, ରାଜନଗର, ଘଟଗାଁ ଓ ଧନକୌଡ଼ା ଆଦି ବିଧାନସଭା କ୍ଷେତ୍ରରେ ହେବ।
ପଞ୍ଚାୟତ ସମିତି ସଦସ୍ୟ ଉପନିର୍ବାଚନ ୨୧ଟି ଜିଲାର ୪୦ରୁ ଅଧିକ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ହେବ, ଯେପରିକି ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡ଼ ଇତ୍ୟାଦି। ସରପଞ୍ଚ ଓ ୱାର୍ଡ ସଦସ୍ୟ ଉପନିର୍ବାଚନ ବଲାଙ୍ଗିର, ବୌଦ୍ଧ, କଟକ, ଗଜପତି ଓ କନ୍ଧମାଳ ଜିଲାର ଅନେକ ଗ୍ରାମ ପଞ୍ଚାୟତରେ ନିର୍ବାଚନ ହେବ।