ରାଜ୍ୟ

ବିପଦ ସଂକେତ ଡେଇଁଲା କାଂଶବାଂଶ: ପାଣି ଘେରରେ ୫ ଗାଁ

ବାଲେଶ୍ୱର: ଟଳିଯାଇଛି ବାତ୍ୟା ଦାନା। ହେଲେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଏବେ ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି । ତୁହାକୁ ତୁହା ବର୍ଷା ଲାଗି ରହିଛି । ତେଣୁ ପ୍ରମୁଖ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି । ଏମିତି କି ବିପଦ ସଙ୍କେତ ଟିପିଛି ବାଲେଶ୍ୱର ଜିଲ୍ଲାର କାଂଶବାଂଶ ନଦୀ । ଫଳରେ ଜିଲ୍ଲାର ୫ ଗାଁ ଏବେ ପାଣି ଘେରରେ ରହିଛି ।

ତେବେ କାଂଶବାଂଶ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ ୭.୫୦୫ ମିଟର ଥିବାବେଳେ ଏବେ ୭.୮୬୦ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ବିଶେଷ କରି ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବରେହିପାଣିରେ ସର୍ବାଧିକ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଫଳରେ ବୁଢାବଳଙ୍ଗ ନଦୀର ବି ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି ଯୋଗୁଁ ବାରିପଦା ମ୍ୟୁନିସିପାଲଟି ୭ ନମ୍ବର ୱାର୍ଡର ୧୦ ରୁ ୧୫ ଘର ଜଳମଗ୍ନ ହୋଇଛି । ସେହିପରି କୁରୁମାବାଙ୍କ ଗ୍ରାମର ୨୫ ପରିବାର ପାଣି ଘେରରେ । ସେମାନଙ୍କ ମଧ୍ୟରୁ ୧୦ ପରିବାର ଘରୁ ବାହାରିବା ସମ୍ଭବ ହେଉନାହିଁ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button