ରାଜ୍ୟ

ସ୍ମାର୍ଟ ସିଟି ହେବ କଟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍ମାର୍ଟ ସିଟି ହେବ ସିଲଭର ସିଟି କଟକ। ଆଗାମୀ ଦିନରେ କଟକ ସହର ସ୍ମାର୍ଟ ସିଟି ଭାବେ ପରିଚିତ ହେବ। ଦୁର୍ଗାପୂଜା ଅବସରରେ କଟକ ବୁଲିବା ସମୟରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତକାଲି ମୁଖ୍ୟମନ୍ତ୍ରୀ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବା ସହ ମାଆଙ୍କୁ ଦର୍ଶନ କରିଥିଲେ। ଆଉ ମାଆଙ୍କ ଆଶୀର୍ବାଦ ନେଇଥିଲେ। ପୂଜା କମିଟିର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଟକ ସହରକୁ ସ୍ମାର୍ଟ କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ଖୁବ୍‌ଶୀଘ୍ର ଏହା ପୂରଣ ହେବ । କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଆସିଲେ ଏନେଇ ରିଭ୍ୟୁ କରିବି। ସେହିଭଳି କଟକ-ଭୁବନେଶ୍ୱରକୁ ଖୁବଶୀଘ୍ର ଟୁଇନ ସିଟି କରିବାର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button