ଦେଶ- ବିଦେଶ

ଦେଶରେ କରୋନା : ୨୫୭ ସକ୍ରିୟ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସିଙ୍ଗାପୁର ଏବଂ ହଂକଂରେ ଏବେ କରୋନାର ଓମିକ୍ରନ୍‌ ଉପପ୍ରଜାତି ଜେଏନ୍‌.୧ର ସବ୍‌ ଲିନିଏଜ୍‌ ଏଲ୍‌ଏଫ୍‌-୭ ଏବଂ ଏନ୍‌ବି.୧.୮ ଆତଙ୍କ ଖେଳାଇଛି। ଏହି ସମୟରେ ଭାରତରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପରିଲକ୍ଷିତ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ମେ’ ୧୯, ୨୦୨୫ ସୁଦ୍ଧା ଦେଶରେ ସକ୍ରିୟ ମାମଲା ୨୫୭ ଥିବା ରିପୋର୍ଟ କରାଯାଇଛି। କେରଳରେ ସର୍ବାଧିକ ୬୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୪୪ ଏବଂ ତାମିଲନାଡ଼ୁରେ ୩୪, କର୍ଣ୍ଣାଟକରେ ୮, ଗୁଜରାଟରେ ୬, ଦିଲ୍ଲୀରେ ୩ ଏବଂ ହରିୟାଣା ଓ ରାଜସ୍ଥାନରେ ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି। ମୁମ୍ବାଇର କେଇଏମ୍‌ ହସ୍ପିଟାଲ୍‌ରେ ୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି।

ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି। ‌ତେବେ ଆଇସିଏମ୍‌ଆର୍‌ ଏବଂ ଏନ୍‌ସିଡିସି ପ୍ରତିନିଧିଙ୍କ ସମେତ ସ୍ବାସ୍ଥ୍ୟ ଅଧିକାରୀମାନେ ଗୁରୁତ୍ବାରୋପ କରିଛନ୍ତି ଯେ ଦେଶର ସାମଗ୍ରିକ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଗକୁ ସଂକ୍ରମଣ ବୃଦ୍ଧି ହେବାର କୌଣସି ସଙ୍କେତ ନାହିଁ ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଇତି ମଧ୍ୟରେ ସିଙ୍ଗାପୁରରେ ସାପ୍ତାହିକ ସଂକ୍ରମଣରେ ୨୮ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ହଂକଂରେ ୩୧ କରୋନା ସଂକ୍ରାନ୍ତ ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି। ଏହା ବର୍ଷକରେ ସବୁଠାରୁ ଅଧିକ। ସିଙ୍ଗାପୁରରେ ସଂକ୍ରମଣରେ ଅଚାନକ ବୃଦ୍ଧି ହୋଇଛି। ଏପ୍ରିଲ ଶେଷ ସପ୍ତାହରେ ସିଙ୍ଗାପୁରରେ ମାମଲା ୧୧,୧୦୦ ଥିବାବେଳେ ମେ’ ମାସର ବର୍ତ୍ତମାନ ସୁଦ୍ଧା ଏହା ୧୪ ହଜାର ଟପିଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button