ଦେଶ- ବିଦେଶ

କମ୍ପାନୀର ବୋନସ୍ ଅଫର, ଯିଏ ଯେତେ ଗଣିବ ସେ ସେତେ ନେବ

ନୂଆଦିଲ୍ଲୀ: କମ୍ପାନୀ ତରଫରୁ କର୍ମଚାରୀଙ୍କୁ ମିଳିଲା ବୋନସ୍ ଅଫର। ତାହା ପୁଣି କୋଟିଏ କି ଦୁଇ କୋଟି ନୁହେଁ, ୭୦ କୋଟି ଟଙ୍କା। ହେଲେ ଏଥିପାଇଁ କିଛିଟା ସର୍ତ୍ତ ରଖିଥିଲେ କମ୍ପାନୀ ମାଲିକ। ଏହାକୁ ନେଇ କର୍ମଚାରୀଙ୍କ ମହଲରେ ଖୁସି ଦେଖାଦେଇଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରତିବର୍ଷ ଚୀନ୍‌ର ପ୍ରାୟ କମ୍ପାନୀ ନିଜ କର୍ମଚାରୀଙ୍କୁ ବର୍ଷ ଶେଷରେ ବୋନସ୍ ଆକାରରେ କିଛି ଉପହାର କିମ୍ୱା ଟଙ୍କା ଦେଇଥାନ୍ତି। ଠିକ୍ ସେହିପରି ଚୀନର ହେନାନ୍ ମାଇନିଂ କ୍ରେନ କମ୍ପାନୀ ଲିମିଟେଡ଼୍ ନିଜ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କରିଥିଲେ। ଆଉ ବୋନସର ଆମାଉଣ୍ଟ ଥିଲା ୭୦ କୋଟି ଟଙ୍କା। କମ୍ପାନୀ ତରଫରୁ ମିଳିଥିବା ଏହି ବୋନସ୍ ପାଇଁ କର୍ମଚାରୀଙ୍କୁ ଥିଲା କିଛି ସର୍ତ୍ତ। ସର୍ତ୍ତ ଅନୁସାରେ କର୍ମଚାରୀଙ୍କ ଆଗରେ ୭୦ କୋଟି ଟଙ୍କା ରଖାଯିବ। କର୍ମଚାରୀମାନେଙ୍କୁ ମାତ୍ର ୧୫ ମିନିଟ୍ ସମୟ ମିଳିବ। ଏହି ସମୟ ଭିତରେ ଯିଏ ଯେତେ ଟଙ୍କା ଗଣିିବ ସେ ସେତେ ଟଙ୍କା ନେବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା। ଯେଉଁଥିରେ ଜଣେ କର୍ମଚାରୀ ସର୍ବାଧିକ ୧୨ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, କର୍ମଚାରୀମାନେ ଯଥା ସମ୍ଭବ ଟଙ୍କା ଗଣିବାକୁ ଚେଷ୍ଟା କରୁଛନ୍ତି। ଯିଏ ଯେତେ ଟଙ୍କା ଗଣିପାରିବ ତାର ପ୍ରତିଯୋଗିତା ଚାଲିଛି। ଶେଷରେ ଏହି ପ୍ରତିଯୋଗିତାରୁ ଜଣାପଡ଼ିଛି କି କମ୍ପାନୀର ଜଣେ କର୍ମଚାରୀ ଏକା ସାଙ୍ଗରେ ୧୨ ଲକ୍ଷ ଟଙ୍କା ଗଣିବାରେ ସକ୍ଷମ ହୋଇଛନ୍ତି। ଆଉ ସେ ନିଜର ଦୁଇ ହାତରେ ଟଙ୍କା ଭର୍ତ୍ତି କରି ନେଉଥିବାର ଦେଖିବାକୁ ମିଳିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button