ଦେଶ- ବିଦେଶ

ସରକାରଙ୍କ ବଡ଼ ନିଷ୍ପତ୍ତି: ପିଲାମାନେ ଅଟୋରେ ଯାଇପାରିବେନି ସ୍କୁଲ

ନୂଆଦିଲ୍ଲୀ: ଏଣିକି ପିଲାମାନେ ଅଟୋରେ ସ୍କୁଲ ଯାଇପାରିବେ ନାହିଁ । ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପିଲାମାନଙ୍କୁ ସ୍କୁଲକୁ ନେଉଥିବା ଅଟୋ ଭଳି ତିନି ଚକିଆ ଯାନ ବିରୋଧରେ ରାଜ୍ୟ ସରକାର ଏକ ନୂଆ ନିୟମ କରିଛନ୍ତି । ବଢ଼ୁଥିବା ସଡକ ଦୁର୍ଘଟଣା ଏବଂ ପରିବହନ ବ୍ୟବସ୍ଥାରେ ଥିବା ଅଭାବକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସୁରକ୍ଷା ଦୃଷ୍ଟିକୋଣରୁ ବିହାର ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଅଟୋରେ ଅଧିକାଂଶ ପିଲା ସେମାନଙ୍କ କ୍ଷମତାଠାରୁ ଅଧିକ ଯାଇଥାନ୍ତି । ଯାହା ସଡ଼କ ଦୁର୍ଘଟଣାର ଆଶଙ୍କା ବଢ଼ାଇଥାଏ । ଏହା ବ୍ୟତୀତ ଏହି ଯାନଗୁଡିକ ଅଧିକ ଟ୍ରାଫିକ୍ ନିୟମର ଉଲ୍ଲଂଘନ କରିଥାନ୍ତି । ପରିବହନ ବିଭାଗର ଅଧିକାରୀଙ୍କ କହିବା କଥା, ଶିଶୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ, ବିଦ୍ୟାଳୟଗୁଡ଼ିକୁ ପିଲାମାନଙ୍କୁ ପରିବହନ ପାଇଁ ଲାଇସେନ୍ସପ୍ରାପ୍ତ ଏବଂ ସୁରକ୍ଷିତ ଯାନ ପାଇଁ ବ୍ୟବସ୍ଥା କରିବାକୁ ପଡିବ । ପରିବହନ ବିଭାଗ ସ୍ପଷ୍ଟ କରିଛି ଯେ ଯଦି କୌଣସି ସ୍କୁଲ ଅପରେଟର ଅଟୋ ବ୍ୟବହାର କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପାଟନା ଟ୍ରାଫିକ୍ ଏସପି ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ବର୍ତ୍ତମାନଠାରୁ ସ୍କୁଲ ଯିବା ପାଇଁ ଅଟୋ ବ୍ୟବହାର କରିବା ବେଆଇନ ହେବ । ଏହି ନିୟମ ଆସନ୍ତା ଏପ୍ରିଲ ମାସରୁ ସମଗ୍ର ରାଜ୍ୟରେ ଲାଗୁ ହେବ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button