ଦେଶ- ବିଦେଶ

ବିଏସଏଫ ଯବାନଙ୍କୁ ଛାଡ଼ିଦେଲା ପାକିସ୍ତାନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ବିଏସଏଫ ଯବାନଙ୍କୁ ଛାଡ଼ିଲା ପାକିସ୍ତାନ । ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ଙ୍କୁ ଭାରତକୁ ହସ୍ତାନ୍ତର କଲା ପାକିସ୍ତାନ । ଅଟାରୀ ବର୍ଡର ଦେଇ ଭାରତ ଫେରିଲେ ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର । ଭାରତୀୟ ଅଫିସଙ୍କୁ ଯବାନଙ୍କୁ ହସ୍ତାନ୍ତର କଲା ପାକିସ୍ତାନ । ତେବେ ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ଭାରତ ଫେରି ଆସିବା ଭାରତର କୂଟନୈତିକ ବିଜୟ ।

ତେବେ ୨୩ ଏପ୍ରିଲରେ ଭୁଲ ବଶତଃ ପାକିସ୍ତାନ ସୀମା ଅତିକ୍ରମ କରିଥିବାରୁ ଯବାନଙ୍କୁ ଅଟକ ରଖିଥିଲା ପାକିସ୍ତାନ । ସେ ପଞ୍ଜାବ ଫିରୋଜପୁର ସେକ୍ଟରରେ ମୁତୟନ ଥିଲେ । ଏପ୍ରିଲ ୨୩ ଅର୍ଥାତ ପହଲଗାମ୍ ହମଲା ପର ଦିନ ତାଙ୍କୁ ପାକିସ୍ତାନ ରେଞ୍ଜର ଅଟକ ରଖିଥିଲେ । ଆଉ ୨୧ଦିନ ପରେ ଶେଷରେ ଯବାନଙ୍କୁ ଛାଡିଛି ପାକିସ୍ତାନ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button