ଦେଶ- ବିଦେଶ

ଜଙ୍ଘ, ଅଣ୍ଟାରେ ଟ୍ୟାପ୍ ଲଗାଇ ଆଣୁଥିଲେ ସୁନା

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ କରୁଥିବା ସମୟରେ ପ୍ରସିଦ୍ଧ କନ୍ନଡ ଏବଂ ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଗିରଫ କରାଯାଇଛି। ତାଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଗିରଫ କରିଥିଲା। ଗିରଫ ପରେ ରାଣ୍ୟା ତାଙ୍କ ଶରୀର, ଜଙ୍ଘ ଏବଂ ଅଣ୍ଟାରେ ଟ୍ୟାପ୍ ଲଗାଇ ଏବଂ ନିଜ ପୋଷାକ ଓ ଜ୍ୟାକେଟ୍ ଭିତରେ ଲୁଚାଇ ସୁନା ଚୋରା ଚାଲାଣ କରୁଥିବା ସାମ୍ନାକୁ ଆସିଛି।

ସେ ଗତ ବର୍ଷ ୩୦ଥର ଦୁବାଇ ଯାଇଥିଲେ । ପ୍ରତ୍ୟେକ ଥର ସେଠାରୁ ଅନେକ କିଲୋ ସୁନା ଭାରତ ଆଣିଥିଲେ। ଚୋରା ସୁନା ପାଇଁ ତାଙ୍କୁ ପ୍ରତି କିଲୋଗ୍ରାମ ପିଛା ୧ ଲକ୍ଷ ଟଙ୍କା ଦିଆଯାଉଥିଲା। ଏହାର ଅର୍ଥ ହେଉଛି ପ୍ରତ୍ୟେକ ଥର ସେ ୧୨ ରୁ ୧୩ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ସୁନା ଚୋରା ଚାଲାଣ ପାଇଁ ସେ ନିଜ ହିସାବରେ ଡିଜାଇନ୍ କରାଯାଇଥିବା ଜ୍ୟାକେଟ୍ ଏବଂ ବେଲ୍ଟ ବ୍ୟବହାର କରୁଥିଲେ। ତଦନ୍ତରୁ ଜଣାପଡିଛି ଯେ, ବେଙ୍ଗାଲୁରୁ ବିମାନବନ୍ଦରରେ ନିଯୁକ୍ତ କନଷ୍ଟେବଳ ବସଭରାଜ, ରାଣ୍ୟାଙ୍କୁ ସାହାଯ୍ୟ କରିଥିଲେ। ଯେତେବେଳେ ଅଧିକାରୀମାନେ ତଦନ୍ତ କରିବାକୁ ଚେଷ୍ଟା କଲେ, ବସବରାଜ ସେମାନଙ୍କୁ ଅଟକାଇ କହିଥିଲେ, ‘ତୁମେ ଜାଣ ସେ କିଏ?’ ସେ ଡିଜିପି ରାମଚନ୍ଦ୍ର ରାଓଙ୍କ ଝିଅ।’ ଏହା ସତ୍ତ୍ୱେ, ଡିଆରଆଇ ଅଧିକାରୀମାନେ ଯାଞ୍ଚ କରିବାରୁ ଚୋରା ଚାଲାଣର ପର୍ଦ୍ଦାଫାସ କରିଥିଲେ। ଏକ ବଡ଼ ଚୋରା ଚାଲାଣ ନେଟୱାର୍କ ଥିବା ସନ୍ଦେହ କରି ଡିଆରଆଇ ଏବେ ରାଜନେତା, ବ୍ୟବସାୟୀ ଏବଂ ପୁଲିସ ଅଧିକାରୀଙ୍କ ପରିବାର ସହିତ ସମ୍ଭାବ୍ୟ ଲିଙ୍କ୍ ତଦନ୍ତ କରୁଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button