ଦେଶ- ବିଦେଶ
ଡଙ୍ଗା ବୁଡି ୫୦ରୁ ଅଧିକ ମୃତ

କଙ୍ଗୋରେ ପୁଣି ବଡ ଅଘଟଣ, ନିକଟରେ ବନ୍ୟାରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଡଙ୍ଗା ବୁଡି ଘଟଣା ଦେଶକୁ ଦୋହଲାଇ ଦେଇଛି । କଙ୍ଗୋ ଉପକୂଳରେ ଡଙ୍ଗା ବୁଡ଼ିଯିବାରୁ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି । ମବନ୍ଦକା ସହର ନିକଟସ୍ଥ କଙ୍ଗୋ ନଦୀରେ ଏହି ଦୁର୍ଘଟଣା ଘଟିଛି । ଡଙ୍ଗାଟି ମାତାନକୁମୁରୁ ବୋଲୋମ୍ବା ଅଞ୍ଚଳକୁ ପ୍ରାୟ ୪୦୦ ଯାତ୍ରୀଙ୍କୁ ନେଇ ଯାଉଥିଲା । ସୂଚନା ଅନୁଯାୟୀ, ଜଣେ ମହିଳା ଡଙ୍ଗାରେ ରୋଷେଇ କରୁଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରୁ ବର୍ତ୍ତିବା ପାଇଁ ଅନେକ ଯାତ୍ରୀ ତୁରନ୍ତ ନଦୀକୁ ଡେଇଁ ପଡ଼ିଥିଲେ । କିନ୍ତୁ କିଛି ଲୋକ ପହଁରିବାକୁ ଜାଣି ନ ଥିବାରୁ ବୁଡ଼ି ଯାଇଥିଲେ । ୧୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।