ରାଜ୍ୟ

ପାର୍ବଣରେ ବିଭିନ୍ନ ମଣ୍ଡପରେ ବ୍ୟବହୃତ ଫୁଲରୁ ଧୂପକାଠି ତିଆରି କରି ବିକ୍ରି କରିବ BMC

ଭୁବନେଶ୍ୱର: ଗଣେଶ ପୂଜା ପାଖେଇ ଆସୁଛି। ତେବେ ସେଥିପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ଉସତ୍ାହ ଦେଖିବାକୁ ମିଳିଛି। ମାତ୍ର ଉତ୍ସବରେ ଲାଗି ହେଉଥିବା ଫୁଲ ଏବଂ ପୂଜାର୍ଚ୍ଚନ ବର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ଅସୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିଥାଏ ଏବଂ ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥାଏ । ଏହି ସାଂସ୍କୃତିକ ଚେତନାକୁ ସମ୍ମାନ ଦେବା ଏବଂ ପରିବେଶର ସୱଚ୍ଛତା ବୃଦ୍ଧି ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି.) ଫୁଲ ଏବଂ ପୂଜା ବର୍ଜ୍ୟରେ ଉପଯୁକ୍ତ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି।

ସଂଗୃହୀତ ଫୁଲ ବର୍ଜ୍ୟକୁ ଧୂପକାଠି ଭଳି ମୂଲ୍ୟବାନ ଉତ୍ପାଦରେ ପ୍ରକ୍ରିୟାକରଣ କରାଯିବ। ଅର୍ଥାତ୍‌ ଠାକୁରଙ୍କ ପାଖରୁ ଆସୁଥିବା ଏହି ସମସ୍ତ ପୂଜାଫୁଲ ପୁଣି ସେହି ଠାକୁରଙ୍କ ପାଖରେ ଲାଗି ହେବ। ଏହାଦ୍ୱାରା ଏକ ସ୍ବଚ୍ଛ, ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି ହେବ ଏବଂ ବର୍ଜ୍ୟବସ୍ତୁର ଉପଯୁକ୍ତ ଉପଯୋଗ ହେବ। କେବଳ ଫୁଲ ଏବଂ ପୂଜା ବର୍ଜ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତ୍ୟେକ ଜୋନରେ ଏକ ନିର୍ଦ୍ଦିଷ୍ଟ ସ୍ବେଚ୍ଛାସେବୀ ସଂଗଠନକୁ ଗୋଟିଏ ସ୍ବତନ୍ତ୍ର ଯାନ ପ୍ରଦାନ କରାଯିବ। ସେଥିରେ ଅନ୍ୟ କୌଣସି ଆବର୍ଜନା ସଂଗ୍ରହ କରାଯିବ ନାହିଁ। ସଂଗୃହୀତ ବର୍ଜ୍ୟବସ୍ତୁ କେବଳ ପୂଜା ମଣ୍ଡପରୁ ସଂଗ୍ରହ କରାଯିବ ଏବଂ ପ୍ରକ୍ରିୟାକରଣ ପାଇଁ ପୋଖରୀପୁଟ ପ୍ଲାଣ୍ଟକୁ ପରିବହନ କରାଯିବ ।

ଏଥିପାଇଁ ଲୋକମାନଙ୍କୁ ସଚେତନ କରାଯିବାର ଯୋଜନା କରାଯାଇଛି। ସାନିଟାରୀ ଷ୍ଟାଫ ଏବଂ ଏନଜିଓ ପ୍ରତିନିଧିମାନେ ବ୍ୟାପକ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ପରିଚାଳନା କରିବେ। କର୍ପୋରେଟର ଏବଂ ଅନ୍ୟ ଗୋଷ୍ଠୀର ସଦସ୍ୟମାନଙ୍କୁ ସ୍ଥାନୀୟ ବାସିନ୍ଦା/ପୂଜା ମଣ୍ଡପଗୁଡିକୁ ଏହି ସେବା ବିଷୟରେରେ ସୂଚନା ପ୍ରଦାନ କରିବା ଦିଗରେ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି । ପୂଜା କମିଟି ୧୯୨୯ସ୍‌ରେ ସ୍ବତନ୍ତ୍ର ହେଲ୍ପଲାଇନକୁ କଲ କରି ଏହି ସେବାର ଲାଭ ଉଠାଇପାରିବେ। ଏଥିପାଇଁ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ସହଯୋଗ କରିବା ସହ ଜନ ସଚେତନତା ସୃଷ୍ଟି କରିବା ପାଇଁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button