ରାଜ୍ୟ

ବାତ୍ୟା ପାଇଁ ସବୁ କାର୍ଯ୍ୟକ୍ରମ ବନ୍ଦ କଲା ବିଜେପି

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଏହାକୁ ନେଇ ବିଜେପି ତାର ସବୁ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି । ଏମିତି କି ବିଜେପିର ସାଂଗଠନିକ ନିର୍ବାଚନ କାମକୁ ସ୍ଥଗିତ ରଖାଯାଇଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲ ଏହା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ। ସମସ୍ତ ବିଧାୟକ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା ଲୋକଙ୍କ ସେବାରେ ରହିବେ। ବାତ୍ୟାର ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ଆଗେଇ ଆସିବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି। ସେହିପରି ଦଳ ପକ୍ଷରୁ ବାତ୍ୟା ନେଇ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି ହୋଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button