ଖେଳ ଖବର

ଲିଟିଲ ମାଷ୍ଟରଙ୍କୁ ବିସିସିଆଇ ଦେବ ଏହି ବଡ଼ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛି। ବିସିସିଆଇ ଶନିବାର ଏହାର ବାର୍ଷିକ କାର୍ଯ୍ୟକ୍ରମରେ ମାଷ୍ଟର ବ୍ଲାଷ୍ଟରଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବ। ଭାରତ ପାଇଁ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ୫୧ ବର୍ଷୀୟ ସଚିନଙ୍କ ନାଁରେ କ୍ରିକେଟ ଇତିହାସରେ ସର୍ବାଧିକ ଟେଷ୍ଟ ଏବଂ ଏକଦିବସୀୟ ରନ ସ୍କୋର କରିବାର ରେକର୍ଡ ରହିଛି।

ଏବେ ତାଙ୍କୁ ୨୦୨୪ ବର୍ଷ ପାଇଁ ସିକେ ନାଇଡୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିବ ବୋଲି ଚର୍ଚ୍ଚା ହେଉଛି। ହେଲେ ଏପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇନାହିଁ। ସଚିନ ୨୦୦ ଟେଷ୍ଟ ଏବଂ ୪୬୩ ଦିନିକିଆ ଖେଳିଛନ୍ତି, ଯାହା କ୍ରିକେଟ ଇତିହାସରେ ଅନ୍ୟ ଖେଳାଳିଙ୍କଠାରୁ ସର୍ବାଧିକ। ସେ ଦିନିକିଆରେ ୧୮,୪୨୬ ରନ୍ କରିବା ସହିତ ଟେଷ୍ଟରେ ୧୫,୯୨୧ ରନ୍ କରିଥିଲେ। ସେ ତାଙ୍କ ଚମତ୍କାର କ୍ୟାରିୟରରେ କେବଳ ଗୋଟିଏ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ପୂର୍ବତନ କିମ୍ବଦନ୍ତୀ ୱିକେଟକିପର ଫାରୁକ ଇଞ୍ଜିନିୟର ଏହି ପୁରସ୍କାର ଗ୍ରହଣ କରିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button