ଭୁବନେଶ୍ୱର ରନୱେ ୱିକ୍ ସିଜନ୍-୧୧, ଆଖି ଝଲସି ଦେଲା ଡ଼ିଜାଇନରଙ୍କର ଡ଼ିଜାଇନ୍
ଭୁବନେଶ୍ୱର: ଆଖି ଝଲସି ଦେଲା ଡ଼ିଜାଇନରଙ୍କ ଆକର୍ଷଣୀୟ ଡ଼ିଜାଇନ । ୧୧ ଜଣ ଡ଼ିଜାଇନର ନିଜର ଭଳିକି ଭଳି ଡ଼ିଜାଇନ ପ୍ରଦର୍ଶନ କରିଥିଲେ । ରବିବାର ଭୁନେଶ୍ୱରର ଏକ ତାରକା ହୋଟେଲରେ ଆୟୋଜିତ ହୋଇଥିଲା ଭୁବନେଶ୍ୱର ରନୱେ ୱିକ୍ ସିଜନ୍-୧୧ । ଆଡ଼ିକ୍ସନ ଫ୍ୟାସନ ମ୍ୟାନେଜମେଣ୍ଟ ଦ୍ୱାରା ଏହା ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ରନୱେ ୱିକ୍ର ଉପଦେଷ୍ଟା ନବୀନ ଖାଣ୍ଡୋଇଙ୍କ ଉପସ୍ଥିତିରେ ନିର୍ଦ୍ଦେଶକ ଜନ ଅଜୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ୧୧ଜଣ ଡ଼ିଜାଇନର ଭାଗ ନେଇ ନିଜର ଭଳିକି ଭଳି ଡ଼ିଜାଇନ ପ୍ରଦର୍ଶନ କରିଥିଲେ ।
ରିମ୍ଲି ମହାନ୍ତିଙ୍କର ରିମ୍ଲି ଡ଼ିଜାଇନ ଷ୍ଟୁଡ଼ିଓ ଦ୍ୱାରା ପ୍ରସ୍ତୁତ “ସାଟିକା” ଡ଼ିଜାଇନରେ ପାରମ୍ପରିକ ହାଣ୍ଡଲୁମ୍ ଶାଢୀ ବେଶ୍ ଆକର୍ଷଣୀୟ ହୋଇଥିଲା । ସେହିପରି ଦେବାଙ୍ଗିନୀ ବେହେରାଙ୍କ ଡାପରଡ଼େଲ୍ଲି ଦ୍ୱାରା ପ୍ରସ୍ତୁତ ଡ଼ିଜାଇନ୍ ଗୋଲଡ଼େନ୍ ଡ଼୍ରିମ୍ସରେ ଛୋଟ ଛୁଆଙ୍କ ପୋଷାକ ପ୍ରଦର୍ଶନ କରାଯାଇଥିଲା । ସୋମ୍ୟାଶ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଡ଼ିଜାଇନ୍ “କ୍ରିସିସ୍”ରେ ପାର୍ଟିପୋଷାକ ସଂଗ୍ରହ ସହ କ୍ରିଷ୍ଟାଲ ଭେଲ କଲେକ୍ସନ ଉପସ୍ଥାପନ କରାଯାଇଥିଲା । ସିଏ ସନ୍ଦିପ୍ ଓ ଡ଼କ୍ଟର ଜରିନାଙ୍କର ଦ୍ୱାରା ପ୍ରସ୍ତୁତ “ଇଣ୍ଡିଆନ ଭିଲେଜ” ଏକ କାରିଗର ସଂପ୍ରଦାୟର ବ୍ରାଣ୍ଡ । ଏହି ପୋଷାକକୁ ଓଲିଉଡ଼୍ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଓ ଅଭିନେତ୍ରୀ ମାମା ମିଶ୍ର ଏହାର ସୋ ଷ୍ଟପର ଥିଲେ । ସିପ୍ରା ଦାସଙ୍କ ଦ୍ୱାରା ପ୍ରସ୍ତୁତ ଟାସା ୱିଙ୍ଗସ୍ରେ କକ୍ଟେଲ ଗାଉନର ସଂଗ୍ରହ ବେଶ୍ ଆକର୍ଷଣୀୟ ଥିବାବେଳେ ଅର୍ପିତା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଲେବଲ ସୁରେଲରେ ଆଧୁନିକ ଗାଉନ୍ ପ୍ରଦର୍ଶିତ କରାଯାଇଥିଲା ।
ଫ୍ୟାସନ ଡ଼ିଜାଇନର ସୁଜାତା ଓ ତାନିଆ ଦ୍ୱାରା ପ୍ରସ୍ତୁତ ବ୍ରାଣ୍ଡ ସୂତା ବମ୍ବେରେ ପ୍ରେମ ଭକ୍ତି ଏବଂ ପାରମ୍ପରିକ ଲାଲ ଏବଂ ଧଳାରଙ୍ଗର ଶାଢୀ ଉପରେ ପୋଷାକ ପ୍ରଦର୍ଶିତ କରାଯାଇଥିଲା । ଦେବସ୍ମିତା ଗିରିଙ୍କ ଦ୍ୱାରା ପ୍ରସ୍ତୁତ ବ୍ରାଣ୍ଡ ସୋଲ ବାଇ ଇଣ୍ଡିଆନରେ ସେ ନିଜର “ନଜାରା” କଲେକ୍ସନ ପ୍ରଦର୍ଶିତ କରିଥିଲେ । ପଦ୍ମିନି ପଟ୍ଟନାୟକ ସୋ କୁ ଉନ୍ମୋଚିତ କରିଥିବା ବେଳେ ଅଭିନେତ୍ରୀ ଦେବାଙ୍ଗିନୀ ଡ଼େଗୁରିଆ ସୋ ଷ୍ଟପର ଥିଲେ । ଅର୍ଚ୍ଚନା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ “ସଂସ୍କୃତ” ହେଉଛି ଏକ ପ୍ରସିଦ୍ଧ ବ୍ରାଣ୍ଡର ପ୍ରସ୍ତୁତ ଡ଼ିଜାଇନରେ ଶାଢୀ, ଲେହେଙ୍ଗା, ସାଲୁଆର କାମିଜ୍, କୁର୍ତ୍ତି ଓ ଦୁପଟାରେ ଏମ୍ରୋଡ଼ରି ଜରି ଏବଂ ହାତରେ ଚିତ୍ରିତ ଡ଼ିଜାଇନର ପ୍ରତିଫଳନ ଦେଖିବାକୁ ମିଳିଥିଲା । ଡକ୍ତର ଜରିନା ଏବଂ ସିଏ ସନ୍ଦିପଙ୍କର ପ୍ରସ୍ତୁତ ଲେବଲ ସାଜ୍ରେ ବରଯାତ୍ରୀ ପାଇଁ ବ୍ରାଇଡାଲ ଲେହେଙ୍ଗା, ନନ୍ ବ୍ରାଇଡାଲ କଲେକ୍ସନ ଏବଂ ଗାଉନ୍ ସଂଗ୍ରହ ଦେଖିବାକୁ ମିଳିଥିଲା । ଓଲିଉଡ଼୍ ତାରକା ଭୂମିକା ଦାସ ଏହି ଡ଼ିଜାଇନ୍ର ସୋ ଷ୍ଟପର ଥିଲେ ।
ଜାହିଦା ଅହମଦଙ୍କ ଦ୍ୱାରା ପ୍ରସ୍ତୁତ ଡ଼ିଜାଇନରେ ରେଶମ, ଭେଲଭେଟ୍, ସାଟିନ୍ ଏବଂ କ୍ରିପର କାରୁକାର୍ଯ୍ୟ ଦେଖିବାକୁ ମିଳିଥିଲା । ବଲିଉଡ଼୍ର ଷ୍ଟାର ଓରିନା ହୁସେନ୍ ଓ ଗୌରବ ରାଲହନ ଏହି ବ୍ରାଣ୍ଡର ସୋ ଷ୍ଟପର ଥିଲେ । ଏହି ସୋ ରେ ବହୁ ମାନ୍ୟଗଣ୍ୟ ଅତିଥିଙ୍କ ସହ ଆଡ଼ିକ୍ସନ ଫ୍ୟାସନ ମ୍ୟାନେଜ୍ମେଣ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।