ମନୋରଞ୍ଜନ

କାଳିଆ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ

ପୁରୀ: କାଳିଆ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ। ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ସେ ଗରୁଡ଼ ସ୍ତମ୍ଭରେ ପାଖରେ ଛିଡ଼ା ହୋଇ ହାତ ଯୋଡ଼ିଥିବା ଦେଖିବାକୁ ମିଳିଛି। ଗରୁଡ଼ ସ୍ତମ୍ଭ ପାଖରେ ଭାଗ୍ୟଶ୍ରୀ ଦୀପ ଦାନ ମଧ୍ୟ କରିଥିଲେ।

ଏହି ଅବସରରେ ଭାଗ୍ୟଶ୍ରୀଙ୍କୁ ଏକ ମନ୍ଦିର ଧ୍ୱଜ ଏବଂ ପ୍ରଭୁ ଜଗନ୍ନାଥଙ୍କ ଏକ ଚିତ୍ର ମଧ୍ୟ ଉପହାର ଦିଆଯାଇଥିଲା। ସେ ମହାପ୍ରଭୁଙ୍କ ଦର୍ଶନ ସୁରୁଖୁରୁରେ କରିଥିବା ବେଳେ ସେବାୟତ ତାଙ୍କୁ ଆଶୀର୍ବାଦ ସ୍ବରୂପ ଧ୍ୱଜ ଦେଇଥିଲେ ବୋଲି ଉଲ୍ଲେଖ କରିଛନ୍ତି।

ତେବେ ଓଡିଶାରେ ରହଣି ସମୟରେ ସେ ଏକ ପାରମ୍ପରିକ ଓଡ଼ିଆ ସ୍ୱାଦିଷ୍ଟ ଖାଦ୍ୟ- ଛତୁ ବେସର ଖାଇଥିଲେ। “ଘିଅ ଭାତ ସହିତ ପ୍ରସିଦ୍ଧ “ଛତୁ ବେସର” ତାଙ୍କୁ ଖୁବ୍ ପସନ୍ଦ ଆସିଥିଲା ବୋଲି କହିଛନ୍ତି। ପୁରୀ ଗସ୍ତର ରହଣି ସହ ଶ୍ରୀମନ୍ଦିର ବୁଲାର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଫ୍ୟାନ୍ସ ମଧ୍ୟ ଏହି ଫଟୋକୁ ପସନ୍ଦ କରିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button