ଦେଶ- ବିଦେଶ

ଅପହରଣ କରିନେଲେ, ଟଙ୍କା ଦେବାରେ ବିଳମ୍ବ ହେବାରୁ ଜାଳିଦେଲେ

ବେଙ୍ଗାଲୁରୁ: ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ। ଟଙ୍କା ଦେବାରେ ବିଳମ୍ବ ହେବାରୁ ଜାଳିଦେଲେ। ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା। ବୁଧବାର ନିଖୋଜ ହୋଇଥିବା ୧୩ ବର୍ଷୀୟ ବାଳକର ଜଳିଯାଇଥିବା ମୃତଦେହ ଗୁରୁବାର ଉଦ୍ଧାର କରାଯାଇଥିବା ଜଣାଯାଇଛି। ବେଙ୍ଗାଲୁରୁର କାଗଲିପୁରା ରାସ୍ତା କଡ଼ରେ ବାଳକର ମୃତଦେହ ମିଳିଥିଲା। ମୃତ ବାଳକର ନାମ ନିଶ୍ଚିତ୍ ହୋଇଥିବା ବେଳେ ସେ ଖ୍ରୀଷ୍ଟ ସ୍କୁଲରେ ୮ମ ଶ୍ରେଣୀର ଛାତ୍ର ଥିଲେ।

ମିଳିଥିବା ସୂଚନା ମୁତାବକ, ବୁଧବାର ସନ୍ଧ୍ୟା ୫ଟାରେ ଟ୍ୟୁସନ୍ କ୍ଲାସ ପାଇଁ ଘରୁ ବାହାରିବା ପରେ ସେ ଅରେକେର ୮୦ ଫୁଟ ରୋଡ୍‌ରୁ ନିଖୋଜ ହୋଇଯାଇଥିଲେ। ତାଙ୍କ ବାପା ଜେସି ଅଚିତ ଏକ ଘରୋଇ କଲେଜରେ ସହକାରୀ ପ୍ରଫେସର। ସେ ପୁଲିସରେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ସନ୍ଧ୍ୟା ୭.୩୦ ସୁଦ୍ଧା ଘରକୁ ନଫେରିବାରୁ ସେ ଏବଂ ତାଙ୍କ ସ୍ତ୍ରୀ ଟ୍ୟୁସନ୍ ଶିକ୍ଷକଙ୍କ ସହ ଯୋଗାଯୋଗ କରିଥିଲେ। ଶିକ୍ଷକ ପିତାମାତାଙ୍କୁ କହିଥିଲେ ଯେ, ତାଙ୍କ ପୁଅ ଠିକ୍ ସମୟରେ ଘରକୁ ବାହାରି ଯାଇଥିଲା। ତାଙ୍କୁ ଖୋଜୁଥିବା ସମୟରେ, ପିତାମାତା ଅରେକେରେ ଫ୍ୟାମିଲି ପାର୍କ ନିକଟରେ ତାଙ୍କ ସାଇକେଲ ପାଇଥିଲେ। କିଛି ସମୟ ପରେ, ସେମାନଙ୍କୁ ଏକ ଅଜଣା ନମ୍ବରରୁ ୫ଲକ୍ଷ ଟଙ୍କା ଦେବାକୁ ଧମକପୂର୍ଣ୍ଣ କଲ୍ ଆସିଥିଲା। ଏହାକୁ ଆଧାର କରି, ହୁଲିମାଭୁ ପୁଲିସ ଷ୍ଟେସନରେ ଅଚିତ ଏକ ନିଖୋଜ ଏବଂ ଅପହରଣ ମାମଲା ରୁଜୁ କରିଥିଲେ। ପୁଲିସ ଏତଲା ପାଇ ଯାଞ୍ଚ ଆରମ୍ଭ କରିଥିବା ବେଳେ ଗୁରୁବାର ସକାଳୁ ନିଶ୍ଚିତ୍‌ର ଜଳିଯାଇଥିବା ମୃତଦେହ ରାସ୍ତା କଡ଼ରୁ ମିଳିଥିଲା।

ତେବେ କିଏ ଓ କାହିଁକି ନିଶ୍ଚିତଙ୍କୁ ଏଭଳି ଅପହରଣ କରି ହତ୍ୟା କଲା, ତା’ର ଉତ୍ତର ଖୋଜିବା ଆରମ୍ଭ କରିଛି ପୁଲିସ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button