ରାଜ୍ୟ

ରାସ୍ତାରେ ମାଣ୍ଡିଆ ଫିଙ୍ଗି ପ୍ରତିବାଦ କଲେ ହିତାଧିକାରୀ

ଗଞ୍ଜାମ: ରାସ୍ତାରେ ମାଣ୍ଡିଆ ଫିଙ୍ଗି ପ୍ରତିବାଦ କଲେ ହିତାଧିକାରୀ । ନିମ୍ନମାନର ଓ ଅପମିଶ୍ରିତ ମାଣ୍ଡିଆ ଯୋଗାଣ ହେଉଥିବା ଅଭିଯୋଗ କରି ବୁଗୁଡ଼ା ସହରରେ ହିତାଧିକାରୀମାନେ ଏଭଳି ପ୍ରତିବାଦ କରିଛନ୍ତିି। ପରେ ସାରା ଜିଲ୍ଲାରେ ଏଭଳି ଅନିୟମିତତା ହୋଇଥିବା ଜଣାଯାଇଛିି। ଆବଶ୍ୟକସ୍ଥଳେ ଏହାର ତଦନ୍ତ ହେବ ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।

ମାଗଣାରେ ପ୍ରତି ହିତାଧିକାରୀଙ୍କୁ ୩ କିଲୋ ୩୦୦ ଗ୍ରାମ ହିସାବରେ ମାଣ୍ଡିଆ ବାଣ୍ଟିବା ପାଇଁ ପାଇଁ ୩ ଦିନ ତଳେ ଗଞ୍ଜାମ ଜିଲ୍ଲାର ସମସ୍ତ କଣ୍ଟ୍ରୋଲ୍ ଡିଲରମାନଙ୍କ ପାଖକୁ ମାଣ୍ଡିଆ ଆସିଥିଲା। ଗତ ୨୭ ତାରିଖରୁ ଡିଲରମାନେ ଏହାର ବଣ୍ଟନ ଆରମ୍ଭ କରିଛନ୍ତି। ବୁଗୁଡ଼ାର ଡିଲର୍ ଏନ୍‌ଏସିର ୧୧, ୧୨ ଓ ୧୩ ନମ୍ବର ୱାର୍ଡର ହିତାଧିକାରୀଙ୍କୁ ମାଣ୍ଡିଆ ବଣ୍ଟନ କରିଥିଲେ। ତେବେ ଏହି ମାଣ୍ଡିଆରେ ବାଲି ଓ ଅନ୍ୟାନ୍ୟ ଦାନା ମିଶାଯାଇଥିବା ଦେଖିବାକୁ ମିଳିଥିଲା। ୩ କିଲୋ ମାଣ୍ଡିଆ ନେଇ ତାକୁ ଧୋଇ ଛାଣିବା ବେଳକୁ ମାତ୍ର ଏକ କିଲୋ ମାଣ୍ଡିଆ ବାହାରିଥିଲା। ମାଣ୍ଡିଆ ଉତ୍ତମମାନର ହୋଇ ନଥିବାରୁ ତାହା ହିତାଧିକାରୀମାନେ ଖାଇ ପାରି ନଥିଲେ। ଏହି ଖବର ପ୍ରଚାର ହେବା ପରେ ଆଜି ମାଣ୍ଡିଆ ନେବାକୁ ଆସିଥିବା ଅନ୍ୟ ହିତାଧିକାରୀମାନେ ହୋହଲ୍ଲା ଆରମ୍ଭ କରିଦେଇଥିଲେ। ନିମ୍ନମାନର ମାଣ୍ଡିଆ ଯୋଗାଣ ହେଉଥିବା ଅଭିଯୋଗ ଆଣି କଣ୍ଟ୍ରୋଲ୍ ଡିଲରଙ୍କ ଦୋକାନ ଆଗ ରାସ୍ତାରେ ମାଣ୍ଡିଆ ସବୁ ଫୋପାଡ଼ି ପ୍ରତିବାଦ ଜଣାଇଥିଲେ। ସଂପୃକ୍ତ ଡିଲର୍ ଜଣକ ଦୋକାନ ସମ୍ମୁଖରେ ବୋର୍ଡ ମାରୁ ନ ଥିବା, ସମୟ ନିର୍ଘଣ୍ଟ ଲେଖୁ ନଥିବା ଏବଂ ହିତାଧିକାରୀଙ୍କୁ ଠିକ୍ ବ୍ୟବହାର କରୁ ନଥିବା ସେମାନେ ଅଭିଯୋଗ କରିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button