ଦେଶ- ବିଦେଶ

ବାରାକ୍ ଓବାମା ଜଣେ ପୁରୁଷଙ୍କୁ କରିଛନ୍ତି ବିବାହ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଜଣେ ସମଲିଙ୍ଗୀ । ସେ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି । କୋଟିପତି ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏହାକୁ ନେଇ ଏବେ ଅସନ୍ତୋଷ ଦେଖାଦେଇଛି ।

ଏରୋଲ ମସ୍କ ଆହୁରି କହିଛନ୍ତି ଯେ, ମିଶେଲ ଓବାମା ଜଣେ ପୁରୁଷ, ଯିଏ ଜଣେ ମହିଳାଙ୍କ ପରି ପୋଷାକ ପିନ୍ଧନ୍ତି। ତାଙ୍କ ସ୍ୱାମୀ ବାରାକ ଓବାମା “ସମଲିଙ୍ଗୀ”। ସେ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି । ସେ ୱାଇଡ୍ ଆୱେକ୍ ପୋଡକାଷ୍ଟରେ ଜୋଶୁଆ ରୁବିନ୍ ସହିତ ଏକ ସାକ୍ଷାତକାରରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହୋଇ ଜୋଶୁଆ ପଚାରିଥିଲେ, ମିଶେଲ ଓବାମା କ’ଣ ଜଣେ ପୁରୁଷ? ଏରୋଲ୍ କହିଥିଲେ, ନିଶ୍ଚିତ ଭାବରେ ତୁମେ ତାହା ଜାଣିନାହଁ କି?

ଏଥିରେ ସେ କନ୍ସିରେସି ଥିଓରୀର ଉଦାହରଣ ଦେଇଛନ୍ତି ଯାହା ୨୦୧୪ ମସିହାରେ ଭାଇରାଲ ହୋଇଥିଲା ଯେତେବେଳେ ହାସ୍ୟ ଅଭିନେତା ଜନ୍ ରିଭର୍ସ ପୂର୍ବତନ ପ୍ରଥମ ମହିଳା ମିଶେଲ ଓବାମାଙ୍କ ଲିଙ୍ଗ ବିଷୟରେ ପରିହାସ କରିଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ବାରାକ ଓବାମା “ସମଲିଙ୍ଗୀ”। ଏରୋଲ୍ କହିଥିଲେ, “ଜନ୍ ରିଭର୍ସ ଏହାକୁ ସର୍ବସାଧାରଣରେ ଉଲ୍ଲେଖ କରିଥିଲେ। ତେବେ ତାଙ୍କର ଦୁଇ ସପ୍ତାହ ପରେ ମୃତ୍ୟୁ ହୋଇଥିଲା। ଏହି ଅଜବ ଦାବି କରିବାର କିଛି ସପ୍ତାହ ପରେ, ୪ସେପ୍େଟମ୍ବର୨୦୧୪ରେ ରିଭର୍ସଙ୍କ ମସ୍ତିଷ୍କ କ୍ଷତ ଯୋଗୁ ମୃତ୍ୟୁ ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହି ଦାବିର କୌଣସି ପ୍ରମାଣ ମିଳିନାହିଁ।

ସୂଚନାଯୋଗ୍ୟ, ବାରାକ ଓବାମା ଏବଂ ମିଶେଲଙ୍କ ସାକ୍ଷାତ ୧୯୮୯ ମସିହାରେ ଏକ ଆଇନ ଫାର୍ମରେ ହୋଇଥିଲା। ସେମାନେ ୧୯୯୨ ମସିହାରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ମାଲିଆ ଏବଂ ସାଶା ଅଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button