ଦେଶ- ବିଦେଶ

ସୈଫ ଅଲିଙ୍କ ଉପରେ ଆକ୍ରମଣ ପଛରେ ବାଂଲାଦେଶୀ ଲିଙ୍କ୍‌

ମୁମ୍ବାଇ: ଗତ ୧୬ ତାରିଖ ବିଳମ୍ବିତ ରାତିରେ ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିଲା ଆକ୍ରମଣ । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଏହା ପଛରେ ବାଂଲାଦେଶୀ ଲିଙ୍କ୍ ଥିବା ନେଇ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛି। ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡାମ ଗଣମାଧ୍ୟମକୁ କହିଛନ୍ତି ଯେ, ଜଣେ ଅଭିଯୁକ୍ତଙ୍କୁ ଥାଣେରୁ ଗିରଫ କରାଯାଇଛି। ତାଙ୍କୁ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦ ବୋଲି ଚିହ୍ନଟ କରାଯାଇଛି।

ସେ ଆହୁରି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ଯେ ଅଭିଯୁକ୍ତ ଜଣେ ବାଂଲାଦେଶୀ ବଂଶୋଦ୍ଭବ। ଖୁବ୍ ଶୀଘ୍ର ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ । ତା’ପରେ ତାଙ୍କୁ କୋର୍ଟରେ ହାଜର କରାଯିବ । ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ କୋର୍ଟରୁ ରିମାଣ୍ଡରେ ନେବ। ଅଭିଯୁକ୍ତଙ୍କ ପାଖରୁ କୌଣସି ବୈଧ ଭାରତୀୟ କାଗଜପତ୍ର ମିଳିନାହିଁ। ତେଣୁ, ପୋଲିସ ତାଙ୍କ ବିରୁଦ୍ଧରେ ପାସପୋର୍ଟ ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ଅଭିଯୁକ୍ତକୁ ପଚରାଉଚରା କରାଯାଉଛି। ସେ ୫-୬ ମାସ ପୂର୍ବରୁ ମୁମ୍ବାଇ ଆସିଥିଲେ ଏବଂ ଏକ ହାଉସକିପିଂ ଏଜେନ୍ସିରେ କାମ କରୁଥିଲେ। ତେବେ ଅଭିଯୁକ୍ତ ପୂର୍ବରୁ ସୈଫଙ୍କ ଘରକୁ ଆସିଥିଲେ କି? ପ୍ରଶ୍ନରେ ଡିସିପି ଗେଡାମ କହିଛନ୍ତି ଯେ ଆମ ପାଖରେ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ନାହିଁ। ଆମେ ବିଶ୍ୱାସ କରୁଛୁ ଯେ ସେ ପ୍ରଥମ ଥର ପାଇଁ ସୈଫଙ୍କ ଘରେ ଚୋରି ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button