ରାଜ୍ୟ

ବଣ୍ଡା ପିଲାଙ୍କୁ ଇଂରାଜୀ ଓ ସଂସ୍କୃତ ପଢ଼ାଇଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ଯାୟ ବୁଧବାର ଖଇରପୁଟ ବ୍ଲକର ବଣ୍ଡା ଘାଟି ସ୍ଥିତ ଅଣ୍ଡ୍ରାହାଲ ଓ ମୁଦୁଲିପଡ଼ା ଅଞ୍ଚଳ ଗସ୍ତ କରିଥିଲେ।

ମୁଦୁଲିପଡ଼ାଠାରେ ଥିବା ଏସ.ଏସ.ଡି ବାଳିକା ଉଚ୍ଚ ବିଦ୍ୟାଳୟର ସପ୍ତମ ଏବଂ ଅଷ୍ଟମ ଛାତ୍ରୀଙ୍କୁ ଇଂରାଜୀ ଓ ସଂସ୍କୃତ ପଢ଼ାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।
ଏହା ସହ ମୁଦୁଲିପଡ଼ା ଠାରେ ଥିବା ଏସ.ଏସ.ଡି ବାଳିକା ଓ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ। ବଣ୍ଡାଘାଟିରେ ଥିବା ପର୍ଯ୍ୟଟନସ୍ଥଳୀ ସୀତାକୁଣ୍ଡର କିଭଳି ଆହୁରି ଉନ୍ନତି କରଣ କରି ହେବ ସେଥିଲାଗି ପି.ଏ. ଆଇ.ଟି.ଡି.ଏ ଏବଂ ବି.ଡି.ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଗସ୍ତ ସମୟରେ ଜିଲ୍ଲାପାଳ ସେହି ଅଂଚଳରେ ଥିବା ମାତୃ ଓ ଶିଶୁପୋଷଣ କେନ୍ଦ୍ର, ପି.ଏମ.ଜନମନ ଅଧୀନରେ ଚାଲିଥିବା ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ନିର୍ମାଣଧୀନ ଥିବା ଗୃହ ଗୁଡିକୁ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଏହି ଗସ୍ତ ସମୟରେ ମୁଦୁଲିପଡ଼ା ସ୍ବାସ୍ଥ୍ଯ କେନ୍ଦ୍ର ଯାଇ ସେଠାକାର ସୁବିଧା ଅସୁବିଧା କଥା ବୁଝିବା ସହ ସେଠାରେ ନିର୍ମାଣଧିନ ଥିବା ନୂତନ କୋଠା ବୁଲି ଦେଖିଥିଲେ। ଜିଲ୍ଲାପାଳ ଆଦିମ ବଣ୍ଡା ଜନଜାତିଙ୍କ ଅଂଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ଉନ୍ନତ ମାନର ରାସ୍ତା,ପଲୋ ଏବଂ ଆବାସ ଗୃହ କିଭଳି ଭାବେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ ତାକୁ ସୁନିଶ୍ଚିତ କରିବା ପାଇଁ ପି.ଏ. ଆଇ.ଟି.ଡି.ଏ ଏବଂ ବି.ଡି.ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button