ଦେଶ- ବିଦେଶ

ବାବା ଭେଙ୍ଗା ମହିଳା ନା ପୁରୁଷ ଥିଲେ, ସତ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ: ଭେଙ୍ଗା ବାବା । ଯିଏକି ୧୨ ବର୍ଷ ବୟସରୁ ଦୃଷ୍ଟି ଶକ୍ତି ହରାଇଥିଲେ । କିନ୍ତୁ ତାଙ୍କର ଭବିଷ୍ୟବାଣୀକୁ କେହି ହରାଇ ପାରିନାହାନ୍ତି । କରୋନା ମହାମାରୀଠାରୁ ଆରମ୍ଭ କରି ନେଇ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣାର ସେ କରିଥିଲେ ଭବିଷ୍ୟବାଣୀ । ତେବେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ କଥା ଆପଣ ଜାଣି ରକିବା ଉଚିତ । ଗତ ୧୯୯୬ରେ ବୁଲଗେରିଆରେ ଏହି ଭେଙ୍ଗା ବାବାଙ୍କର ମୃତ୍ୟୁ ହୋଇଯାଇଛି । କିନ୍ତୁ ୫୦୯୭ ମସିହା ପର୍ଯ୍ୟନ୍ତ ସେ କରିଥିବା ସମସ୍ତ ଭବିଷ୍ୟବାଣୀ ଗୋଟିଏ ପରେ ଗୋଟିଏ ସତ ହୋଇ ଚାଲିଛି ।

ଆପଣ ଜାଣନ୍ତି କି ବାବା ଭେଙ୍ଗା ଜଣେ ମହିଳା ଥିଲେ କି ପୁରୁଷ। ଏ ସମ୍ପର୍କରେ ଜାଣିଲେ ତାଜୁବ ହୋଇଯିବେ। ଆପଣଙ୍କୁ କହି ରଖୁଛୁ ଯେ ବାବା ଭେଙ୍ଗାଙ୍କ ପ୍ରକୃତ ନାମ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟେରୋଭା। ତାଙ୍କର ଜନ୍ମ ୧୯୧୧ ଜାନୁଆରୀ ୩୧ ତାରିଖରେ ହୋଇଥିଲା। ବାବା ଭେଙ୍ଗା ପ୍ରକୃତରେ ଜଣେ ମହିଳା ଥିଲେ । ପିଲାଦିନରୁ ସେ ଆଖି ହରାଥିଲେ। ବାବା ଭାଙ୍ଗା ତାଙ୍କ ଜୀବନର ଅଧିକାଂଶ ସମୟ ବୁଲଗେରିଆର ବେଲାସିକା ପର୍ବତମାଳାର ରୁପିଟ ଅଞ୍ଚଳରେ ବିତାଇଥିଲେ।

ଯେତେବେଳେ ବାବା ଭେଙ୍ଗା ଛୋଟ ଥିଲେ, ତାଙ୍କ ବାପା ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବୁଲଗେରିଆନ ସେନାରେ ନିଯୁକ୍ତି ପାଇଥିଲେ। ବାବା ଭେଙ୍ଗା ଜନ୍ମ ହେବା ପରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି କାରଣରୁ, ଭେଙ୍ଗାଙ୍କୁ ତାଙ୍କ ଯୌବନର ଅଧିକାଂଶ ସମୟ ପଡ଼ୋଶୀ ଏବଂ ନିକଟତମ ପରିବାର ବନ୍ଧୁମାନଙ୍କ ସହ ବିତୁଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ବିଶ୍ୱବ୍ୟାପୀ ଲୋକପ୍ରିୟତା ହାସଲ କରିଥିଲେ। ବାବା ଭେଙ୍ଗାଙ୍କ ପ୍ରକୃତ ନାମ ଆଞ୍ଜେଲିକା ପାଣ୍ଡେଭ ଗୁଶାରୋଭା ଥିଲା। ତାଙ୍କୁ ଦାଷ୍ଟ୍ରେଦମସ ମଧ୍ୟ କୁହାଯାଏ। ସେ ଅର୍ଦ୍ଧ-ଶିକ୍ଷିତ ଥିଲେ।

୧୯୯୬ରେ ବାବାଙ୍କ ମୃତ୍ୟୁ ପୂର୍ବରୁ, ସେ ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ୍ୟ ହୋଇଛି। ସେ ୨୦୦୧ରେ ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣ ବିଷୟରେ ପୂର୍ବରୁ ଭବିଷ୍ୟବାଣୀ କରିିଥିଲେ। ସେହିପରି ୧୯୯୧ ମସିହାରେ ସୋଭିଏତ୍ ୟୁନିଅନର ବିଲୟ ବିଷୟରେ ଭବିଷ୍ୟବାଣୀ ମଧ୍ୟ ସତ୍ୟ ହୋଇଛି। ତେବେ ସ୍ତନ କର୍କଟ ଯୋଗୁଁ ତାଙ୍କର ୧୧ ଅଗଷ୍ଟ ୧୯୯୬ରେ ମୃତ୍ୟୁ ହୋଇଥିଲା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button