ମନୋରଞ୍ଜନ

ଅଲ୍ଲୁ ଅର୍ଜୁନଙ୍କ ଘରେ ଆକ୍ରମଣ, ଭଙ୍ଗାରୁଜା: ୮ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦରେ ସାଉଥ ସୁପରଷ୍ଟାର ତଥା ପୁଷ୍ପା-୨ର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଘର ଉପରରେ ହୋଇଛି ପଥରମାଡ । ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର କେତେକ ସଦସ୍ୟ ତାଙ୍କ ଘର ଭଙ୍ଗାରୁଜା କରିବା ସହ ସମ୍ପତ୍ତି ନଷ୍ଟ କରି ଦେଇଛନ୍ତି। ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି ।

ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ଜେଏସିର ଏକ ଗୋଷ୍ଠୀ ଅଲ୍ଲୁ ଅର୍ଜୁନଙ୍କ ଘରେ ବଳପୂର୍ବକ ପଶିବାକୁ ଉଦ୍ୟମ କରିଥିଲେ । ଏଥିରେ ବିଫଳ ହେବାରୁ ଭଙ୍ଗାରୁଜା ଆରମ୍ଭ କରିଥିଲେ। ନିକଟରେ ତାଙ୍କ ଏକ ଫିଲ୍ମ ପ୍ରିମିୟରରେ ଦଳାଚକଟାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ସେମାନେ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ।

ସୂଚନାଯୋଗ୍ୟ, ଡିସେମ୍ବର ୪ ତାରିଖରେ ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ର ସ୍କ୍ରିନିଂର ଆୟୋଜନ କରାଯାଇଥିଲା। ଏଠାରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା। ଏହି ଭିଡ଼ରେ ଚାପି ହୋଇ ଜଣେ ମହିଳାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିଥିଲା। ଗିରଫର କିଛିଘଣ୍ଟା ପରେ ଜାମିନରେ ଆସିଥିବା ଅଲ୍ଲୁଙ୍କୁ ନେଇ ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ନିକଟରେ ଅଲୁ ଅର୍ଜୁନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଆଉ ଲେଖିଥିଲେ ଯେ, ‘ମୁଁ ମୋର ସମସ୍ତ ଫ୍ୟାନ୍ସମାନଙ୍କୁ ଅନୁରୋଧ କରୁଛି କି ପ୍ରତିଥର ଭଳି ନିଜର ଭାବନାକୁ ଦାୟିତ୍ୱର ସହ ପ୍ରକାଶ କରନ୍ତୁ। ସେ ଅନଲାଇନ ହେଉ ଅବା ଅଫଲାଇନ କୌଣସିଥିରେ ଅପମାନଜନକ ଶବ୍ଦ କି ଭାଷାର ବ୍ୟବହାର କରନ୍ତୁ ନାହିଁ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button