ଦେଶ- ବିଦେଶ

ୱାର୍‌ରୁମ୍‌ର ପ୍ରଥମ ଫଟୋ ଜାରିକଲା ସେନା

ନୂଆଦିଲ୍ଲୀ: ମେ’ ୭ ତାରିଖ ରାତିରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଭାରତ ଆକ୍ରମଣ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ଆରମ୍ଭ କରିଥିବା ‘ଅପରେସନ୍‌ ସିନ୍ଦୂର’ ଅଧୀନରେ ଏହି ଆକ୍ରମଣ ହୋଇଥିଲା। ଆଜି ପ୍ରଥମ ଥର ପାଇଁ ସେନା ପକ୍ଷରୁ ଅପରେସନ୍‌ ସିନ୍ଦୁର ୱାର୍‌ରୁମ୍‌ର ଫଟୋ ଜାରି ହୋଇଛି।

ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଏବଂ ବାୟୁସେନା ମୁଖ୍ୟ ଏୟାର ମାର୍ସାଲ ଅମରପ୍ରୀତ ସିଂହ ୱାର୍‌ରୁମ୍‌ରେ ରହି ଅପରେସନ୍‌ ପରିଚାଳନା କରୁଥିବା ଫଟୋରେ ଦେଖିବାକୁ ମିଳିଛି। ‘ଅପରେସନ୍‌ ସିନ୍ଦୂର’ରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଜେଇଏମ୍‌, ଏଲ୍‌ଇଟି ଏବଂ ହିଜବୁଲ୍‌ ମୁଜାହିଦ୍ଦିନର ୯ଟି ଆତଙ୍କୀ ଆଡ଼ାକୁ ଧ୍ବଂସ କରିଦେଇଥିଲା।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button